

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିକଟସ୍ଥ ସାମନ୍ତରାପୁର ଗ୍ରାମର ରାଧା କୃଷ୍ଣ ସେବା ସମବାୟ ସମିତିର ସଂପାଦକ ତଥା କମୁନିଷ୍ଟ ପାର୍ଟିର ବର୍ଷୀୟାନ ନେତା ତାରିଣି ଚରଣ ଶତପଥୀ (୭୨)ଙ୍କ ତାଙ୍କ ବାସଭବନରେ ଆଜି ଦେହାନ୍ତ ଘଟିଛି । ଦେହାନ୍ତ ବେଳେ ତାଙ୍କ ଦୁଇ ପୁତ୍ର ସୀତାରାମ ଶତପଥୀ ଓ ଗୌରିଶଙ୍କର ଶତପଥୀ ସହ ଝିଅ ଜ୍ୱାଇଁ ସହ ଏବଂ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ଖବର ପ୍ରଚାରିତ ହେବା ପରେ ପୁର୍ବତନ ବିଧାୟକ ନାରାୟଣ ରେଡି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ଦୁଃଖଦ କାର୍ଯ୍ୟରେ କମୁନିଷ୍ଟ ପାର୍ଟିର ଜିଲ୍ଲା ସଂପାଦକ ନୀଳକଣ୍ଠ ଦାସ, ଯୁବନେତା ଚିଙ୍କରା ବେହେରା, କଣମଣା ସରପଞ୍ଚ ଚକରା ରେଡି, ଭିକାରିପଲ୍ଲୀ ପୂର୍ବତନ ସରପଞ୍ଚ ମଥୁରା ଚରଣ ସୁବୁଦ୍ଧି, ଦୂର୍ଯ୍ୟୋଧନ ପ୍ରଧାନ ଓ ଲିଙ୍ଗରାଜ ପାତ୍ର, ଏବଂ ବିଭିନ୍ନ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶୋକ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା