ଛତ୍ରପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କୋର୍ଟ ପରିସରରେ ଗତକାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ଛତ୍ରପୁର ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷତା ଶିଖାରାଣୀ ରଥ, ସବ୍ ଜଜ୍ ସତ୍ୟ ନାରାୟଣ ପାତ୍ର, ଏସଡ଼ିଜେଏମ ଜୟ ପ୍ରକାଶ ନାୟକ ଓ ଜେଏମ୍ଏଫଏସ୍ସି  ଶ୍ରୀ ଚନ୍ଦନ ରଥ ଅଂଶ ଗ୍ରହଣ କରି ବିଭିନ୍ନ ବିଚାରାଧୀନ ମକଦ୍ଦମାର ଫଏସଲା କରିଛନ୍ତି । ଏଥିରେ ବ୍ୟାଙ୍କ ଋଣ, ମୋଟର ସାଇକେଲ ଦୁର୍ଘଟଣା ଜନିତ କ୍ଷତିପୂରଣ, ବିଦ୍ୟୁତ ଓ ଜଳ ଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଫଇସଲା କରାଯାଇଛି । ମକଦ୍ଦମା ପରିଚାଳନା ବେଳେ ଓକିଲ ବ୍ରଜମୋହନ ଆଚାର୍ଯ୍ୟ, ସରକାରୀ ଓକିଲ ମନୋଜ କୁମାର ପାଢୀ, ନିତ୍ୟାନନ୍ଦ ମୁଦୁଲି, ନମିନାଥ ସାହୁ, ରମେଶ ଚନ୍ଦ୍ର ଚୌଧୁରୀ, ନିରାକାର ମାଳି, ସୁରେଶ ସେନାପତି, କେ. ଶିବରାମ ରେଡ୍ଡି, କାଳୀପ୍ରସାଦ ଦାସଙ୍କ ସମେତ ବହୁ ଆଇନଜୀବୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା