

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଉପନିର୍ବାଚନ ନିମନ୍ତେ ଭୋଟ ମତଦାନ ପାଇଁ ନଭେମ୍ବର ୨୭ ତାରିଖ ଧାର୍ଯ୍ୟ ରହିଥିବା ବେଳେ ଗତକାଲି ପ୍ରଚାର କାର୍ଯ୍ୟକ୍ରମ ଶେଷ ଦିନରେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରମୋଦ କୁମାର ପ୍ରଧାନଙ୍କ ନିମନ୍ତେ ଓଲିଉଡ଼ ଅଭିନେତ୍ରୀ ଅନୁଭା ଓ ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମାରାଥାନ ପ୍ରଚାର କରିଛନ୍ତି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସୁନ୍ଦରପୁର ଓ ଟାଙ୍ଗଣାପଲ୍ଲୀ ଗ୍ରାମ ପଞ୍ଚାୟତ ସମସ୍ତ ଗାଁ ବୁଲି ଦଳୀୟ ନେତା ଓ କର୍ମୀମାନେ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିଲେ । ଏହି ପ୍ରଚାରରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଆଦିକନ୍ଦ ସେଠି, ବ୍ଲକ ସଭାପତି ସ୍ଵପ୍ନେଶ୍ଵର ନାହାକ, ବ୍ଲକ ସଭାନେତ୍ରୀ ନମିତା ମହାରଣା, ଗଞ୍ଜାମ ବ୍ଲକ ସଭାପତି ଇନ୍ଦ୍ରମଣି ଦଳାଇ, ଯୁବନେତା ସୁଧୀର ପାଢ଼ୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମ, ଟାଙ୍ଗଣାପଲ୍ଲୀ ସରପଂଚ କୁମାରୀ ପ୍ରଧାନ, ସମିତି ସଭ୍ୟ ମାଗି ପ୍ରଧାନ, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ଯୁଧିଷ୍ଠିର ମହାଙ୍କୁଡ, ନରେନ୍ଦ୍ରପୁର ସରପଞ୍ଚ ବାବୁଲା ବେହେରା, ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ ଓ କାଳି ପ୍ରସାଦ ଦାଶ, ପୂର୍ବତନ ରମ୍ଭା ଏନଏସି ଅଧ୍ୟକ୍ଷ ବିଜୟ କୁମାର ବିଶ୍ୱାଳ, ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା, ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆଙ୍କ ସମେତ ବହୁ ଛାମୁଆନେତା ଓ କର୍ମୀ ମାନେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ବିଜୟୀ କରିବା ନିମନ୍ତେ ପ୍ରଚାର କରିଥିଲେ । ଟାଙ୍ଗଣାପଲ୍ଲୀ ପଞ୍ଚାୟତରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମଙ୍କ ନେତୃତ୍ୱରେ ପଞ୍ଚାୟତ ଶହଶହ ମହିଳା ଓ ପୁରୁଷ ମାନେ ଦଳୀୟ ପ୍ରାର୍ଥୀଙ୍କ ସହିତ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରି ପ୍ରଚାର କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



