


ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଜିଲ୍ଲା ସ୍ମାରକୀ ଭବନ ଓ ପାଠାଗାରର ଅବ୍ୟବସ୍ଥା ନେଇ ଜନସାଧାରଣଙ୍କ ଉଦବେଗ ପ୍ରକାଶ ପାଇଛି । ଏହି ପାଠାଗାରକୁ ବହୁ ସଂଖ୍ୟାରେ ଦୈନନ୍ଦିନ ପାଠକମାନେ ପଢିବାକୁ ଆସିଥାନ୍ତି । ଗଞ୍ଜାମ ଜିଲ୍ଲାର ସଦରମହକୁମାରେ ଥିବା ଏହି ଏକମାତ୍ର ଜିଲ୍ଲା ସ୍ତରୀୟ ସ୍ମାରକୀ ଭବନକୁ ତଥା ପାଠାଗାରକୁ ରକ୍ଷଣା ବେକ୍ଷଣାର ଅଭାବରୁ କ୍ରମଶଃ ଭଗ୍ନ ଆଡକୁ ଗତି କରୁଛି । ଜିଲ୍ଲା ସ୍ତରୀୟ ସ୍ମାରକୀ ଭବନକୁ ଯିବା ରାସ୍ତା ଓ ସମ୍ମୁଖ ରାସ୍ତାଟି ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ତୁରନ୍ତ ଏହାର ରକ୍ଷଣା ବେକ୍ଷଣା ଓ ନିର୍ମାଣ ପାଇଁ ରାଜ୍ୟସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






