

ଛତ୍ରପୁର (ସମୃଦ୍ଧ ଓଡିଶା) ମୋ ସରକାର କାର୍ଯ୍ୟକ୍ରମ କିପରି ଚାଲିଛି ଏନେଇ ଛତ୍ରପୁର ଥାନାକୁ ଅଚାନକ ଭାବେ ଶକ୍ତି ସଚିବ ବିଷ୍ଣୁପଦ ସେଠି ପହଞ୍ଚି ପରିଦର୍ଶନ କରିଛନ୍ତି । ସେଠାରେ ମହିଳା ଓ ଶିଶୁ ଡେକ୍ସ, ଅଭ୍ୟର୍ଥନା କକ୍ଷ ଏବଂ ଥାନା ପରିସର ବୁଲି ଦେଖିଥିଲେ । ଥାନାକୁ ଆସିଥିବା ଲୋକମାନଙ୍କୁ କିପରି ସୁବିଧା ଦିଆଯାଉଛି ଏବଂ ଅଭ୍ୟର୍ଥନା କକ୍ଷରେ ଥିବା କେସ ଡାଏରୀ ଗୁଡିକ ତନଖି ଦେଖିଥିଲେ । ସେହି ସମୟରେ ଥାନାକୁ ପାରିବାରିକ କଳହ ମାମଲାରେ ଏକ ପରିବାର ଆସିଥିଲେ ସେମାନଙ୍କର କଣ ଅସୁବିଧା ହୋଇଛି ବୋଲି ମଧ୍ୟ ସଚିବ ପଚାରି ବୁଝିଥିଲେ । ଏହାପରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ କହିଥିଲେ । ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ଏସଡ଼ିପିଓ ଉତ୍କଳ କେଶରୀ ଦାଶ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ସେକେଣ୍ତ ଅଫିସର ଭାଗ୍ୟଶ୍ରୀ ସ୍ୱାଇଁଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା





