
ଛତ୍ରପୁର (ସମୃଦ୍ଧ ଓଡିଶା) କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଜିଲ୍ଲାରେ ପ୍ରୟାସ ଜାରି ରହିଛି । ଜିଲ୍ଲାର ସଦରମହକୁମା ଛତ୍ରପୁର ଓ ଛତ୍ରପୁର ସହରରେ କଂଗ୍ରେସ ଦଳକୁ ପୁଣି ସଂଗଠିତ କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ପୁରୁଣା କର୍ମୀମାନେ କଂଗ୍ରେସରେ ଯୋଗଦାନ କରି କଂଗ୍ରେସକୁ ଆଗାମୀ ନିର୍ବାଚନ ପାଇଁ ନିଶ୍ଚିତ ବିଜୟ କରିବା ଉଦ୍ଦେଶ୍ୟରେ ସଂଗଠିତ ହୋଇଛନ୍ତି । ସେଥିପାଇଁ ଆଜି ଛତ୍ରପୁର ନଗର କଂଗ୍ରେସ ସାଙ୍ଗଠନିକ ବୈଠକ ଇଜୁ ଖାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଯୁବ କଂଗ୍ରେସ ପାଇଁ ସଭାପତି ରୂପେ ଯୁବନେତା ଜଲ।ଲ ଖାଁଙ୍କୁ ନିଯୁକ୍ତ କରାଯାଇଛି । ଯୁବ କଂଗ୍ରେସକୁ ୨୦୧୯ ନିର୍ବାଚନ ପାଇଁ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା ମାଗଦର୍ଶକ ରୂପେ କାର୍ଯ୍ୟ କରିବେ ବୋଲି ସ୍ଥିର କରାଯାଇଛି । ଏହି ବୈଠକରେ ପୂର୍ବତନ ଗୋପାଳପୁର ବିଧାୟକ ତଥା କଂଗ୍ରେସ ଜିଲ୍ଲା ସଭାପତି ଡ଼. ତ୍ରିନାଥ ବେହେରାଙ୍କ ସମେତ କାର୍ଯ୍ୟକାରୀ ପୀତବାସ ପଣ୍ଡା,ଜିଲ୍ଲା କଂଗ୍ରେସ ଉପ ସଭାପତି ସୁଧୀର ବିଶ୍ୱାଳ, ରାମଚନ୍ଦ୍ର ବେହେରା, ଶିବ ପ୍ରସାଦ ବେହେରା, ଇଜୁ ଅମିନ ଖାନ, ଜଲାଲ ଖାନ, ପ୍ରଦୀପ ନାୟକ, ସୁବୋଧ ସ୍ୱାଇଁ, ସୋହାନ ଖାନ, ଆନନ୍ଦ ମହାରଣା, ଆଶିଷ ସାହୁ, ତନ୍ମୟ ନାୟକ, ମାଧବ ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।ଅନ୍ୟପକ୍ଷରେ ନଗର କଂଗ୍ରେସ ସଭାପତି ଦାୟୀତ୍ୱ ନେବାପରେ ଯୁବନେତା ଜଲ।ଲ ଖାଁ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ବିରୁଦ୍ଧରେ ବର୍ଷି ଥିଲେ। ରାଜ୍ୟରେ ଏକ ଅନ୍ଧ ମୁକ ବଧିର ସରକାର ରହିଥିବା ବେଳେ କେନ୍ଦ୍ରରେ ଏକ ମିଛୁଆ ସରକାର କାର୍ଯ୍ୟ କରୁଛି। ଯାହା ଦ୍ୱାରା ସାଧାରଣ ଜନତା ହଇରାଣ ହେଉଛନ୍ତି ବୋଲି କହିଥିଲେ । ତେଣୁ ଆଗାମୀ ନିର୍ବାଚନରେ ଉଭୟଙ୍କୁ ହଟାଇ କଂଗ୍ରେସ ସରକାରକୁ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଆମେ ଆଜିଠାରୁ ଏକଜୁଟ ହୋଇ କଂଗ୍ରେସକୁ ମଜଭୁତ କରିବାକୁ ହେବ ବୋଲି ନୂତନ ନିଯୁକ୍ତ ନଗର କଂଗ୍ରେସ ସଭାପତି ତଥା ଯୁବନେତା ଜଲ।ଲ ଖାଁ ଆହ୍ୱାନ ଦେଇଥିଲେ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା












