

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନଗର ବିଜେଡି ପକ୍ଷରୁ ସ୍ଥାନୀୟ ଗୈାରୀଶଙ୍କର କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନଗର ବିଜେଡି ସଭାପତି ବି.ରାଜି ବାବୁ ସଭାପତିତ୍ବ ଓ ନଗର ଯୁବ ସଭାପତି ଟି. ଚନ୍ଦ୍ର ଶେଖର ରାଓ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ ଚଉଧୁରୀ, ଆଇନ ପରାମର୍ଶଦାତା ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ “ମୁକ୍ତା” ଯୋଜନାରେ ଛତ୍ରପୁର ସହରାଞ୍ଚଳକୁ କ୍ଷୁଦ୍ର ଉଦ୍ୟାନ ପାଇଁ ୪ଟି ପ୍ରକଳ୍ପ, ପବ୍ଲିକ ଜିମ ପାଇଁ ୯ଟି ପ୍ରକଳ୍ପ, ଶିଶୁ କ୍ରୀଡା ଉଦ୍ୟାନ ପାଇଁ ୫ଟି ପ୍ରକଳ୍ପ, ୱ୍ଆକିଂ ଟ୍ରାକ୍ ପାଇଁ ୧୮ଟି ପ୍ରକଳ୍ପ ମୋଟ ୩୬ ଗୋଟି ପ୍ରକଳ୍ପକୁ ୧ କୋଟି ୫୪ ଲକ୍ଷ ୨୮ ହଜାର ଟଙ୍କା ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବାସୀଙ୍କ ତରଫରୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ଆଇନ ସାମ୍ମୁଖ୍ୟର ସଭାପତି ସୁରେଶ ପଣ୍ଡା, ମନୋଜ କୁମାର ପାଢ଼ୀ, ଛାତ୍ର ବିଜେଡି ଜିଲ୍ଲା ସମ୍ପାଦକ ଏନ୍. ନାଗେଶ୍ଵର ରାଓ, ଅହିଭୁଷଣ ସାହୁ, ସନ୍ମୁଖ ପଟ୍ଟନାୟକ, ଛାତ୍ର ବିଜେଡି ନଗର ସଭାପତି ସନାତନ ବିଶ୍ୱାଳ, ଦେବାଶିଷ ମିଶ୍ର, ଅଟଳ ବିହାରୀ ପଟ୍ଟନାୟକ ସମେତ ବହୁ ମହିଳା, ଯୁବ ଛାତ୍ର ଓ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
