ଛତ୍ରପୁର (ସମୃଦ୍ଧ ଓଡିଶା) କଳାହାଣ୍ଡି ଜିଲ୍ଲାର ସନ୍ସାଇନ୍ କଲେଜର ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରାଯାଇଛି । ଏହାସହ ସେଥିରେ ସଂପୃକ୍ତ ମନ୍ତ୍ରୀ ଦିବଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ କରିବାକୁ ଦାବି କରାଯାଇଛି । ଏନେଇ ଆଜି ମୃତ ମମିତା ମେହେର ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଛତ୍ରପୁର ଅପର ବସଷ୍ଟେଣ୍ଡରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୃତ୍ତି ନିକଟରେ ବସି ମହମବତୀ ଜଲାଇ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏଥିରେ ଛତ୍ରପୁର କଂଗ୍ରେସ ନେତା ଭାଗିରଥି ବେହେରା, ଗଞ୍ଜାମ ବ୍ଲକ କଂଗ୍ରେସ ସଭାପତି ଏନ୍. ଗଣେଶ ରେଡୀ, କଂଗ୍ରେସ ନେତା କାଳିଆ ରାଉଳ, ବାଟ ଛତ୍ରପୁରର ତଥା ପୂର୍ବତନ ସରପଞ୍ଚ ଟି.କ୍ରଷ୍ଣା ରେଡି, ଡି. ରାମସମୀ ରେଡୀ, ଜୁବ ନେତା ଏନ୍ କ୍ରଷ୍ଣା ରେଡୀ, କାଳିଆ ନାହାକ, ଆଇନ ଜୀବି ବାବୁ ନାହାକ, ଗଞ୍ଜାମ ଏନ୍ ଏସିର ସଂପାଦକ ଟୁନା ଶତପଥୀ, ଛାତ୍ର ନେତା ମହେଶ ଗୌଡ, ପବିତ୍ର ସଂଇ, କଂଗ୍ରେସ ନେତା କାଳିଆ ରାଉଳ, ପର୍ଶୁ ରାମ ରେଡି ଓ ରାକେଶ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା