


ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଛତ୍ରପୁର ଠାରେ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ପୁତିଗୋପାଳପୁର ନିକଟ ବିଶେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ବାହାରି ରିକ୍କାପଲ୍ଲୀ ସ୍ଥିତ ମାଁ ବ୍ୟାଘ୍ରଦେବୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ରାଜ୍ୟ ସରକାରଙ୍କର ସ୍ଥାଣୁତା, ଅପାରଗତା, ବିଫଳତା, ସର୍ବପରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପରିମଳ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ବିଫଳତା ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖ୍ୟ ଯୋଜନା ସଂପର୍କରେ ଅବଗତ କରାଇଥିଲେ । ବିକାଶଶୀଳ ସରକାରଙ୍କ ପାଇଁ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବାକ୍ସ ମାଧ୍ୟମରେ ଅଭିଯୋଗ ପରାମର୍ଶ ନେଇ ପତ୍ର ସଂଗ୍ରହ କରିଥିଲେ । ରାଜ୍ୟ ହରିଜନ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଧରଣୀଧର ବେହେରା, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବିଜେପି ଜିଲ୍ଲା ଉପସଭାପତି ଡ଼ି. କାନକେୟା ରେଡ୍ଡି, ହରିଜନ ମୋର୍ଚ୍ଚାର ଜିଲ୍ଲା ସଭାପତି ଚୈତନ୍ୟ ପ୍ରଧାନ, ହୁମ୍ମା ମଣ୍ଡଳ ସଭାପତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା କୀର୍ତନ ଦାଶ, ସନ୍ତୋଷପୁର ମଣ୍ଡଳ ସଭାପତି ଶ୍ରୀଧର ବାଡ଼ତ୍ୟା, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ଗାଣ୍ଡୁଧର ଗୌଡ଼, ଛତ୍ରପୁର ମଣ୍ଡଳ ଉପସଭାପତି ବସନ୍ତ କୁମାର ବେହେରା, ସନ୍ତ ରାଉଳ, ରୁଇନା ପଟ୍ଟନାୟକ, ନରସିଂହ ପାଢି, ଇ. ତ୍ରିପତି ରାଓ, ଛତ୍ରପୁର ଯୁବ ମୋର୍ଚ୍ଚାର ସଭାପତି ପ. ରଘୁନାଥ ରେଡ୍ଡି, ଅମରେଶ କୁମାର ମହାରଣା, ଉମା ଶଙ୍କର ମହାନ୍ତି, ଜି. ମନୋଜ ରେଡ୍ଡି, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ମତ୍ସ୍ୟଜୀବୀ ନେତା ଭିମସେନ ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା








