ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଟିର ସାଙ୍ଗଠନିକ ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଟିର ସାଙ୍ଗଠନିକ ବୈଠକ ସ୍ଥାନୀୟ ଲିଶା ଗେଲେକ୍ସିର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ଆଇଏନଟିୟୁସି ନେତା ତଥା କଂଗ୍ରେସର ୨୦ ନମ୍ବର ଜୋନ ସଭାପତି ଜି. ଏରେୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଏନଏସିର ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଛତ୍ରପୁର କଂଗ୍ରେସର ନଗର ସଭାପତି ଜଲାଲ୍ ଖାନ୍, ପୂର୍ବତନ ବ୍ଲକ୍ ସଭାପତି ଆର୍. ନରହରି ରେଡ୍ଡି, ଚାଷୀ ନେତା ଗଣପତି ନାହାକ, ପୂର୍ବତନ ସରପଂଚ ଡ଼ି. ରାମସ୍ୱାମୀ ରେଡ୍ଡି ଓ ଟି. କ୍ରିଷ୍ଣା ରାଓ, ଛତ୍ରପୁର କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀ ଭାଗିରଥୀ ବେହେରା, ଯୁବ ନେତା ବଳିଆ ବେହେରା ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧ ଗର୍ଜି ଥିଲେ । କେନ୍ଦ୍ରର ମୋଦି ସରକାର ଓ ରାଜ୍ୟ ସରକାର ନନୀନ ସରକାର ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି ଲୋକଙ୍କୁ ହଇରାଣ କରୁଛନ୍ତି । ବର୍ତ୍ତମାନ ଭାରତ ବର୍ଷରେ ରାହୁଲ୍ ଗାନ୍ଧିଙ୍କ ନେତୃତ୍ୱକୁ ଲୋକ ସମର୍ଥନ ଛୁଟି ଆସୁଥିବାରୁ କଂଗ୍ରେସ ଦଳ ସୁଦୃଢ ହୋଇଯାଉଛି । ରାଜ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ଠାରୁ କଂଗ୍ରେସ ଦଳ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିଜ ନିଜର ଶକ୍ତି ପ୍ରଦର୍ଶନ ଦେଖାଇ ଆସୁଛନ୍ତି । ଏଣୁ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ଟିକେଟ୍ ଦେବା ନିମନ୍ତେ ବୈଠକରେ ସମସ୍ତ ନେତାମାନେ ଦାବି କରିଥିଲେ । ଏନେଇ ଏକ ରିଜୋଲେସନ କରି ପିସିସି ସଭାପତି ନିକଟରେ ପ୍ରଦାନ କରିବା ନିମନ୍ତେ ସ୍ଥର କରାଯାଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳକୁ ଅଧିକ ସୁଦୃଢ କରିବା ନିମନ୍ତେ ଗ୍ରାମାଂଚଳଠୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ସମସ୍ତ କଂଗ୍ରେସ ର୍କମୀ ମାନେ ବିନା ସ୍ୱାର୍ଥରେ ଲୋକଙ୍କ ସେବା କରିବା ପାଇଁ ଆହ୍ୱାନ କରିଥିଲେ । ଏହି ସାଙ୍ଗଠନିକ ବୈଠକରେ ପୂର୍ବତନ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ଦାଶ, ସୁଦାମ ପୁରୋହିତ, ଏସ୍. ସିମାଦ୍ରି, ଗଣେଶ ତ୍ରିପାଠୀ, କେ. ସନ୍ତୋଷ ପାତ୍ର, ଏନ୍. ଗୁରୁନାଥ ରେଡ୍ଡି, ଏମ୍. ହାଡ଼ୁ ରେଡ୍ଡି, ରାଜା ରାଓ, ଆର. ତାରିଣୀମାୟା ରେଡ୍ଡିଙ୍କ ସମେତ ଶତାଧିକ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା