ଗଞ୍ଜାମ (ସମୃଦ୍ଧ ଓଡିଶା) ରମ୍ଭା ସହର ସ୍ଥିତ ଲେକ କ୍ୟୁଇନ ହୋଟେଲ ସଭାଗୃହରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ମୋ ବୁଥ ସବୁଠୁ ମଜବୁତ’ କାର୍ଯ୍ୟକ୍ରମ ପୁର୍ବତନ ଜିଲାପରିଷଦ ସଭ୍ୟ ତଥା ହୁମା ମଣ୍ଡଳ ସଭାପତି କୀର୍ତ୍ତନ ଦାସଙ୍କ ନେତୃତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଥ କିପରି ମଜବୁତ ହୋଇ ଦଳୀୟ ସଂଗଠନ କିପରି ସୁଦୃଢ଼ ହୋଇପାରିବ ସେ ନେଇ ଭିଡିଓ କନଫ୍ରେନସ ମାଧ୍ୟମରେ ଉତ୍ତରାଖଣ୍ଡ, ତାମିଲନାଡୁ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତ୍ରିପୁରା ପ୍ରମୁଖ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଦଳରେ ଯୋଗ ଦେଇଥିବା ଅବସର ପ୍ରାପ୍ତ ଶ୍ରମ କମିଶନର ତ୍ରିନାଥ ବେହେରା, ପ୍ରଶାନ୍ତ କର, ପୁର୍ବତନ ଜିଲାପରିଷଦ ଅଧକ୍ଷ ଧରଣୀଧର ବେହେରା, ପୁର୍ବତନ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ବେହେରା, ଭୀମସେନ ବେହେରା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ନାଥ ସାହୁ, ବିଳାଶ ନାହାକ, ରମ୍ଭା ଏନଏସି ମଣ୍ଡଳ ସଭାପତି ସୀମାଞ୍ଚଳ ବାଡତ୍ୟା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଲୋକନାଥ ଗୌଡ଼, ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଗୋପୀନାଥ ପଣ୍ଡା, ବିସ୍ତାରକ ତପନ ସାମନ୍ତରାୟଙ୍କ ସମେତ ୭୦ରୁ ଉର୍ଦ୍ଧ ବିଜେପି କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା