

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀ, ଯୁବ ଓ ଛାତ୍ର ବିଜେଡିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ କର୍ମକର୍ତ୍ତା ବୈଠକ ସ୍ଥାନୀୟ ଗୌରୀଶଙ୍କର କଲ୍ୟାଣ ମଣ୍ଡପ ଠାରେ ଆନୁଷ୍ଠିତ ହୋଇହାଇଛି । ଏହି ବୈଠକରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ପ୍ରଥମେ ମହାନ ଜନନାୟକ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ବୈଠକ ପ୍ରାରମ୍ଭ କରିଥିଲେ । ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ତଥା ପ୍ରଶାନ୍ତ କୁମାର ପଣ୍ଡା ସଂଯୋଜନାରେ ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡିର ପର୍ଯବେକ୍ଷକ ଅରୁପ ଓ ଚନ୍ଦନ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ତଥା ରାଜ୍ୟ କୃଷି ବିପଶମ ଉପଦେଷ୍ଟା ତଥା ପୂର୍ବତନ ଉପବାଚଷ୍ପତି ରାମଚନ୍ଦ୍ର ପଣ୍ଡା ଓ ଦୁଇ ପୂର୍ବତନ ବିଧାୟକ ଆଦିକନ୍ଦ ସେଠି ଓ ଅଶୋକ ଚୌଧୁରୀ ଏବଂ ଛାତ୍ର ବିଜେଡିର ରାଜ୍ୟ ସଂପାଦକ ତଥା ଛତ୍ରପୁର ଅଞ୍ଚଳର ଜଣେ ଯୁବ ପ୍ରତିଭା ବିମଳ ପଣ୍ଡା ଓ ବିଭୂତି ଭୁଷଣ ସ୍ୱାଇଁ ଯୋଗ ଦେଇଥିଲେ । ଛତ୍ରପୁର ବ୍ଲକ୍ ଯୁବ ସଭାପତି ସୁବାଷ ଚନ୍ଦ୍ର ନାହାକ ଏବଂ ଗଞ୍ଜାମ ବ୍ଲକ ଯୁବ ସଭାପତି ଅନ୍ତର୍ଯ୍ୟାମୀ ବେହେରା ଏବଂ ଛତ୍ରପୁର ନଗର ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଗଞ୍ଜାମ ନଗର ଯୁବ ସଭାପତି ସୁଧୀର ପାଢ଼ୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ପ୍ରଥମେ ନୂତନ ଭାବେ ନିଯୁକ୍ତି ହୋଇଥିବା ଜିଲ୍ଲା ସ୍ତରୀୟ, ବ୍ଲକ ଓ ଏନଏସି ସ୍ତରୀୟ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଓଡ଼ିଶାର ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ନିର୍ଦ୍ଦେଶରେ ତୃଣମୂଳ ସ୍ତରରୁ ଦଳକୁ ସଂଗଠିତ କରି ଦଳକୁ ଶସକ୍ତ କରି ପୁର୍ନବାର ସାରା ରାଜ୍ୟରେ ପଞ୍ଚାୟତ ଓ ପୌର ନୀର୍ବାଚନରେ ଦଳକୁ ବହୁ ସଂଖ୍ୟାରେ ବିଜୟ କରାଇ ବିଜୟବାନା ଉଡ଼ାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସମସ୍ତ ନେତୃ ମଣ୍ଡଳୀକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


