

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ପ୍ରେସ କ୍ଲବ କାର୍ଯ୍ୟାଳୟଠାରେ ମଙ୍ଗଳବାର ଛତ୍ରପୁର ପ୍ରେସ କ୍ଲବର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩ ଖଣ୍ଡ ଭୋଟ ପାଇ ରବିନ୍ଦ୍ରନାଥ ପଣ୍ଡା ସଭାପତି ଭାବେ ବିଜୟୀ ହୋଇଛନ୍ତି। ସମ୍ପାଦକ ପଦବୀ ପାଇଁ ସନ୍ତୋଷ କୁମାର ପାଢ଼ୀ ଓ ସରୋଜ କୁମାର ସାମଲ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା। ଏଥିରେ ଉଭୟ ୧୨ ଖଣ୍ଡ ଲେଖାଏଁ ଭୋଟ ପାଇଥିଲା ବେଳେ, ଗୋଟିଏ ଭୋଟ ନାକଚ ହୋଇଥିଲା। ଯାହା ଫଳରେ ଧର୍ମଗୁଳାରେ ସରୋଜ ସାମଲ ପ୍ରଥମେ ଏକ ବର୍ଷ ପାଇଁ ସମ୍ପାଦକ ହୋଇଥିବା ବେଳେ ଆଉ ଏକ ବର୍ଷ ପାଇଁ ସନ୍ତୋଷ କୁମାର ପାଢ଼ୀ ସମ୍ପାଦକ ଭାବେ ଦାୟିତ୍ଵ ତୁଲାଇବେ। ସେହିପରି ଉପ ସଭାପତି ଭାବେ ସନ୍ତୋଷ କୁମାର ମିଶ୍ର ୧୩ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲା ବେଳେ ଦେବବ୍ରତ ପଣ୍ଡା ୧୩ଖଣ୍ଡ ଭୋଟ ପାଇ ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। କେ. ସତ୍ୟନାରାୟଣ ରେଡ୍ଡୀ କୋଷାଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ। ଏହି ସମସ୍ତ ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟକ୍ରମକୁ ନିର୍ବାଚନ ଅଧିକାରୀ ଭାବେ ଶ୍ରୀକାନ୍ତ ମହାନ୍ତି ଦାୟିତ୍ଵ ତୁଲାଇଥିଲେ। ଏଥିରେ ପ୍ରେସ କ୍ଲବର ମୋଟ ୨୫ ଜଣ ସଭ୍ୟ ଉପସ୍ଥିତ ରହି ନିଜର ମତ ସାବ୍ୟସ୍ତ କରିଥିଲେ। ନୂତନ ଭାବେ ନିର୍ବାଚିତ ପ୍ରେସ କ୍ଲବର ସମସ୍ତ ସଦସ୍ୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା