ଛତ୍ରପୁର ବିଜେଡି କର୍ପୋରେଟର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଜାମିନ ପ୍ରସଙ୍ଗ: ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ଓଡ଼ିଶା ହାଇକୋର୍ଟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ଦୁଇ ବରିଷ୍ଠ ବିଜେପି ନେତା ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର ଓ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ନୋଟିସ କରିଥିଲା ପୋଲିସ । ଯାହାକୁ ନେଇ ସାରା ରାଜ୍ୟରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରି ଦେଇଥିଲା । ଛତ୍ରପୁର ଥାନା ପୋଲିସ ଭୃଗୁ ବକ୍ସି ପାତ୍ରଙ୍କୁ ଫେବୃଆରି ୯ ଓ ଗୋଲକ ମହାପାତ୍ରଙ୍କୁ ଫେବୃଆରି ୭ ତାରିଖରେ ଥାନାରେ ହଜାର ପାଇଁ ନୋଟିସ ଦିଆଯାଇଥିବା ଛତ୍ରପୁର ଏସଡିପିଓ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ସିବିଆଇ ରାଜ୍ୟର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ କରିଥିବା ବେଳେ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ କେନ୍ଦ୍ରର ଏଭଳି ଷଡଯନ୍ତ୍ର ବୋଲି ଅଭିଯୋଗ କରିଥିଲେ । ଗଂଜାମ ପୋଲିସ ବିଜେପିର ଦୁଇ ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସି ପାତ୍ରଙ୍କୁ ନୋଟିସ କରିଥିବା ବେଳେ ଆଉ କିଛି ଟାଣୁଆ ନେତା ଏହି ମାମଲାରେ ଟାଣି ହେବେ ବୋଲି ଚର୍ଚ୍ଚା ହୋଇଥିଲା । ଏପରିକି ସିବିଆଇ ଯଦି ଅଧିକ କଠୋର ହୁଏ, ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ ସୁରକ୍ଷା ଦେବାକୁ ଯାଇ ଦଳର ଜଣେ ବଡ଼ ମୁଣ୍ଡଙ୍କୁ ପୋଲିସ ଜାଲରେ ଛନ୍ଦି ଦିଆଯାଇପାରେ ବୋଲି ମଧ୍ୟ ଆଲୋଚନା ସରଗରମ ହୋଇଥିଲା । କିନ୍ତୁ ବର୍ତ୍ତମାନ ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା