

ଛତ୍ରପୁର (ସମୃଦ୍ଧ ଓଡିଶା) ବିଜେପି ଦେଶରେ ସମସ୍ତ କ୍ଷେତ୍ରରେ ରାଜସ୍ବ ରୋଜଗାରରେ ଲାଗିପଡିଛି । ସେଥିପାଇଁ ଅନୁଦାନ ବଣ୍ଟନରେ ମଧ୍ୟ ପାତର ଅନ୍ତର ଓ କାଂଟଛାଂଟ କରୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ମୋଦି ଦେଶ ବିଦେଶ ଭ୍ରମଣ କରି କୋଟି କୋଟି ସରକାରୀ ଧନ ଅଯଥା ବ୍ୟୟ କରୁଥିବା ବେଳେ ଅନୁସୂଚିତ ଜାତି ପାଇଁ ଉଦ୍ଧିଷ୍ଟ ଷ୍ଟାଇପେଣ୍ଡକୁ ଦେବାରେ ଅନୁଦାନ କମାଇ ଦେଇ ଥିବାରୁ ବିଦ୍ୟାର୍ଥୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଛାତ୍ର ଛାତ୍ରୀମାନଙ୍କ ଶିକ୍ଷାର ଉନ୍ନତି ପାଇଁ ଆସୁଥିବା ଷ୍ଟାଇପେଣ୍ଟ ଟଙ୍କା ଶତକଡା ୯୦ଭାଗକୁ କମାଇ ଶତକଡା ୨୦ଭାଗ ମଞ୍ଜୁର କରିଥିବାରୁ ଗଭୀର ଅସନ୍ତୋଷ ଦେଖାଦେଇଛି । ମୋଦୀ ଗରିବ ଅନୁସୂଚିତ ଛାତ୍ରଛାତ୍ରୀମାନଙ୍କ ପ୍ରତି ଘୋର ଅନ୍ୟାୟ କରୁଛନ୍ତି । ଯାହାର ପୂର୍ଣ ଆର୍ଥିକ ଅନୁଦାନ ସହାୟତା ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କରୁଛନ୍ତି ବୋଲି ବିଦ୍ୟାର୍ଥୀ ମାନେ କହିଛନ୍ତି । କେନ୍ଦ୍ର ମୋଦି ସରକାରଙ୍କ ଏଭଳି ଛାତ୍ର ମାରଣ ନୀତିକୁ ବିରୋଧ କରି ତାର ପ୍ରତିବାଦରେ ଛତ୍ରପୁର ବିଜ୍ଞାନ କଲେଜ ମହାବିଦ୍ୟାଳୟରେ ସ୍ଵାକ୍ଷର ତଥା ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଛି । ଗଞ୍ଜାମ ଜିଲ୍ଲା ତରଫରୁ ୩୫,୦୦୦ ଚିଠି ପ୍ରଧାନ ମନ୍ତ୍ରୀଙ୍କ ଉଦେଶରେ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି ବୋଲି ବିଦ୍ୟାର୍ଥୀମାନେ ଦାବି କରିଛନ୍ତି । କେନ୍ଦ୍ର ସରକାର ପୂର୍ବ ଭଳି ପୁର୍ଣ ଅନୁଦାନ ପ୍ରଦାନ କରିବାକୁ ସେମାନେ ଦାବି ଜଣାଇଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ ପ୍ରଦାନ ନ ହେଲେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ଲୋକଙ୍କୁ ମୋଦି ସରକାରଙ୍କୁ ହଟାଇବା ନିମନ୍ତେ ସଚେତନ କରିବୁ ବୋଲି କହିଛନ୍ତି।ଏଥିରେ କୋରାପୁଟର ଜିଲ୍ଲା ବିଜୁ ଜନତା ଦଳ, ମହିଳା ବିଜୁ ଜନତା ଦଳ, ଯୁବ ବିଜୁ ଜନତା ଦଳ, ଛାତ୍ର ବିଜୁ ଜନତା ଦଳର ବରିଷ୍ଠ ପଦାଧିକାରୀ, ନେତା, କର୍ମୀ, ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ନିଷ୍ପତ୍ତି ନେଇ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
