

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ବିଜୁ ଜନତା ଦଳ ପକ୍ଷରୁ ସୁବାଷ ଚନ୍ଦ୍ର ବେହେରା ଛତ୍ରପୁର ବିଧାନସଭା ପ୍ରାର୍ଥୀ ଭାବେ ଛତ୍ରପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଫିସ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ହଜାର ହଜାର ନେତା ଓ କର୍ମୀମାନଙ୍କୁ ନେଇଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲେ ଏହାପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଏଥିରେ ଛତ୍ରପୁର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ଅଶୋକ କୁମାର ଚୈାଧୂରୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଜନପ୍ରତିନିଧି ମାନେ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା















