

ଛତ୍ରପୁର(ସମୃଦ୍ଧ ଓଡିଶା)ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ଆଜି ସକାଳେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ, ପ୍ରାଣାୟମ, ଓଁକାର ଧ୍ୱନି ମାଧ୍ୟମରେ ଯୋଗ ଶିକ୍ଷକ ରାମକୃଷ୍ଣ ମହାପାତ୍ର ଙ୍କ ତତ୍ୱାବଧାନରେ ଅନେକ ଭାଇ ଓ ଭଉଣୀ ମାନେ ଆୟୋଜିତ ଯୋଗ ଶିବିରରେ ଯୋଗଦେଇଥିଲେ । ବ୍ରହ୍ମାକୁମାରୀ ପିଙ୍କି ଭଉଣୀ ରାଜଯୋଗ ଉପରେ ସମ୍ୟକ ସୂଚନା ଦେଇଥିଲେ । ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ମୁଖ୍ୟଅତିଥୀ ଭାବେ ଯୋଗଦେଇଥିଲେ । ସମାଜସେବୀ ସର୍ବଶ୍ରୀ ବି.ଶଙ୍କର ରେଡ୍ଡୀ, ସଞ୍ଜିତ କୁମାର ରାଉଳ, ମନୋଜ ମିଶ୍ର ପ୍ରମୁଖ ଛତ୍ରପୁରର ବହୁ ମାନ୍ୟସ୍ପଦ ବ୍ୟକ୍ତି ଯୋଗଦେଇ ଶିବିରର ମହତ୍ତ୍ୱ କୁ ଉପଲବ୍ଧ କରିଥିଲେ । ସର୍ବୋପରି ଯୋଗର ମହତ୍ତ୍ୱ ମାହାତ୍ମ୍ୟ ଉପରେ କଲେଜ ଅଧ୍ୟକ୍ଷ ଶ୍ରୀ ବେହେରା ପ୍ରତିପାଦନ କରିଥିଲେ ।