ଛତ୍ରପୁର ବ୍ଲକରେ ଆରମ୍ଭ ହୋଇଯାଇଛି ଆଣ୍ଟିଜେନ୍ ଟେଷ୍ଟିଂ ପ୍ରକ୍ରିୟା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ଶହ ଆଣ୍ଟିଜେନ୍ କିଟ୍ ଜିଲ୍ଲାକୁ ପଠାଯାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଣ୍ଟିଜେନ୍ ଟେଷ୍ଟ୍ ଆରମ୍ଭ କରାଯାଇଛି । ଯାହା ଫଳରେ ଲୋକମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସହଜରେ ଜଣାପଡ଼ିଯିବ ବୋଲି ଜଣାଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକରେ ଆଣ୍ଟିଜେନ୍ ଟେଷ୍ଟିଂ ଗତ ଦୁଇଦିନ ତଳେ ସୁନ୍ଦରପୁର ପଞ୍ଚାୟତରେ ଆରମ୍ଭ ହୋଇଥିବା ବେଳେ ଗତକାଲି ବଡ଼ବାଧପୁର ପଞ୍ଚାୟତରେ ମଧ୍ୟ ୫୧ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇ ଥିବା ଜଣାପଡିଛି । କିନ୍ତୁ ଏଥିରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି କି ନାହିଁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା