ଛତ୍ରପୁର ବ୍ଲକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଛତ୍ରପୁର ବିଧାୟକ ଡ଼ଃ ପ୍ରିୟାଂଶୁ ପ୍ରଧାନଙ୍କ ନେତୃତ୍ୱରେ ଦଳୀୟ କର୍ମ କର୍ତ୍ତାଙ୍କ ସମେତ ବିଜେଡି କର୍ମୀମାନେ ଚିକଲଖଣ୍ଡି, ଭିକାରୀପାଲ୍ଲୀ, ସୁନ୍ଦରପୁର, ଟାଙ୍ଗଣାପଲ୍ଲୀ, ଲକ୍ଷ୍ମୀପୁର, ନରେନ୍ଦ୍ରପୁର ଆଦି ପଞ୍ଚାୟତକୁ ପଦଯାତ୍ରାରେ ଯାଇ ଲୋକଙ୍କୁ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇଥିଲେ । ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ବିଧାୟକ ଅବଗତ କରୁଥିଲେ । ପଦଯାତ୍ରା ସମୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁବାଷ ବେହେରା, ବ୍ଲକଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡୀ, ଜିଲ୍ଲାପରିଷଦ ସଭ୍ୟ ଏସ କିଶୋର ରେଡ୍ଡୀ, ସୁଧୀର ନାହାକ, ଟି ଚନ୍ଦ୍ରଶେଖର ରାଓଙ୍କ ସମେତ ଛତ୍ରପୁର ବ୍ଲକର ବିଜେଡି ସରପଞ୍ଚ, ସମିତିସଭ୍ୟ ଆଦି ଶତାଧିକ କର୍ମୀ ସାମିଲ ହୋଇଥିଲେ । ଜନସମ୍ପର୍କ ଯାତ୍ରାର ପ୍ରଥମ ଦିନରେ ଅଗସ୍ତିନୁଆଁଗାଁ, କଣମଣା, ଆର୍ଯ୍ୟପାଲ୍ଲୀ, କାଳିପଲ୍ଲୀ, ରାମଚନ୍ଦ୍ରପୁର, ଚମାଖଣ୍ଡି ଆଦି ପଞ୍ଚାୟତ ଗୁଡିକରେ ପଦଯାତ୍ରା ହୋଇଥିଲା । କେତେକ ପଞ୍ଚାୟତରେ ବିଧାୟକ ସହଯୋଗ କରୁନଥିବା ଅଭିଯୋଗ ହୋଇଥିବା ବେଳେ ଆଉ କେତେକ ପଞ୍ଚାୟତରେ କଳାପତାକା ପ୍ରଦର୍ଶନ ହୋଇଥିଲା ।             

ରିପୋର୍ଟ : ନିମାଇଁ ଚରଣ ପଣ୍ଡା