



ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ବ୍ଲକରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ
ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀଙ୍କ ପୈାରହିତ୍ୟ କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହି ବିଜ୍ଞାନ ମେଳାରେ ପ୍ରାଥମିକ ବିଦ୍ୟାଳୟରୁ ୯୪ଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୭୮ଟି ଓ ଉଚ୍ଚ ବିଦ୍ୟାଳୟରୁ ୪୨ଟି ସମୁଦାୟ ୨୧୪ ଗୋଟି ପ୍ରୋଜେକ୍ଟ ପ୍ରଦର୍ଶିତ କରାଯାଇଥିଲା । ଉଦଯାପନୀ ଉତ୍ସବରେ ଗଂଜାମ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିନୀତା ସେନାପତି, ଡୁଡା ନ୍ୟାସନାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ରାମକୃଷ୍ଣ ଦାଶ, ଜିଲ୍ଲା ବିଜ୍ଞାନ ନିରିକ୍ଷକ ପନ୍ନଗ ଭୂଷଣ ମାଝି, ସୁବାସ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ବହୁ ଶିକ୍ଷକ ଶିକ୍ଷୟତ୍ରୀ, ସିଆରସିସି, ବିଜ୍ଞାନ ନିରୀକ୍ଷକ ମାନେ ଯୋଗଦେଇ ପରିଚାଳାନାରେ ସହଯୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


