

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଧିବଦ୍ଧ ଭାବେ ପରିଚିତ ନେତ୍ରୀ ଓ ପୁର୍ବତନ ବ୍ଲକ ଅଧ୍ୟକ୍ଷା ଭାବେ ୨୦୧୨ ଠାରୁ ୨୦୧୬ ପର୍ଯ୍ୟନ୍ତ ରହିଥିଲେ । ତାପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଗତକାଲି ସନ୍ଧ୍ୟାରେ ବ୍ରହ୍ମପୁର ଠାରେ ବିଜେପି କାର୍ଯ୍ୟାଳୟ ଉଦଘାଟନ ସମାରୋହରେ ବିଜେପି କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି । ସୁଷୁମା ଦାସ ବିଜେପିରେ ଯୋଗ ଦେଇଥିବାରୁ ଛତ୍ରପୁର ବଜେପି କର୍ମୀଙ୍କ ଉତ୍ସାହ ବଡ଼ିବାରେ ଦେଖିବାକୁ ମିଳିଛି । ଏହାସହ ପୂର୍ବତନ ସରପଞ୍ଚଙ୍କ ସମେତ ବହୁ ସମର୍ଥକମାନେ ବିଜେପିରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣରେ ଭୃଗୁ ବକ୍ସିପାତ୍ର, ଧରଣୀ ଧର ବେହେରା, ପ୍ରଶାନ୍ତ କୁମାର ନାହାକ, କ୍ରୀତନ ଦାସ, ପୂର୍ବତନ ସରପଞ୍ଚ ପ୍ରଦୀପ ଦାସ, ଉମା ପଣ୍ଡା, ରବୀନ୍ଦ୍ର ନାଥ ଜେନା, କନନେକା ରେଡି, ଝୁଲୁ ସାହୁ, ପ୍ରଶାନ୍ତ କର, ଗ।ଣ୍ଡୁ ଗୌଡ଼, ଜଗଦେଶ ରେଡି, ଅଶୋକ ସାହୁ, ଉପସ୍ଥିତ ଥିଲେ । ଏହାସହ ଏହି ମିଶ୍ରଣ ପର୍ବରେ ଗଞ୍ଜାମ ଜିଲ୍ଲା ସଭାପତି ଓ ଛତ୍ରପୁର ମଣ୍ଡଳ ସଭାପତି ଅନୁପସ୍ଥିତ ଥିବା ଖବର ଜଣାଯାଉଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






