

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକର ବଡ ମାଧପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏଥିରେ ବଡ ମାଧପୁର ଗ୍ରାମ ଠାରେ ଅଙ୍ଗନବାଡି କେନ୍ଦ୍ର ୨ ଏବଂ ଗୋବା ଗ୍ରାମରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ୩କୁ ଉଦଘାଟନ କରିବା ସହିତ ବଡ ମାଧପୁରେ ଗ୍ରାମରେ କଲ୍ୟାଣ ମଣ୍ଡପ ଓ ରଙ୍ଗ ମାଟିଆ ଗ୍ରାମରେ ଏକ କୋଠ ଘରକୁ ଉଭୟ ସାଂସଦ ଓ ବିଧାୟକ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ବଡ ମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ, ସମିତି ସଭ୍ୟ ଏନ୍. କ୍ରିଷ୍ନା ରେଡ୍ଡି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ଗୋବା ଗ୍ରାମ କମିଟି ସଭାପତି ଜଗନ୍ନାଥ ସୁର, କଣମଣା ସରପଞ୍ଚ ଏସ୍ . ଚକ୍ରପାଣି ରେଡ୍ଡି, ବିପୁଳିଙ୍ଗି ସମିତିସଭ୍ୟ ଜୟଦେବ ଲେଙ୍କା, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ସାହୁ, ସୁକାନ୍ତ ନାହାକଙ୍କ ସମେତ ବହୁ ପଞ୍ଚାୟତବାସୀ ଏବଂ ଜନ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା