

ଛତ୍ରପୁର(ସମୃଦ୍ଧଓଡିଶା)ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଠ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରାୟୋଜିତ ଏହି ତାଲିମ ଶିବିରରେ ଛାତ୍ରୀମାନଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ଉନ୍ନତି ଓ ସୁଦୃଢ କରିବା ର ଏହା ଏକ ପ୍ରୟାସ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସାମନ୍ତରାୟ ମତପ୍ରକାଶ କରିଥିଲେ । ଅନୁଷ୍ଠାନ ତରଫରୁ ତାଲିମ ଦେଇଥିବା ଟ୍ରେନରକୁ ପ୍ରଶଂସା ପତ୍ର ପ୍ରଦାନ ସହ ଅନୁଷ୍ଠାନ ତରଫରୁ ସମ୍ମାନୀତ କରଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ କେ. ଧର୍ମା ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ର ସମସ୍ତ ଅଧ୍ୟାପିକା,କର୍ମଚାରୀ ଓ ୧୨୦ ରୁ ଅଧିକ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା