ଛତ୍ରପୁର ମହୋତ୍ସବର ମଜା ନେଲେ ଜିଲ୍ଲାପାଳ ଓ ବିଧାୟକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତ ୫ଦିନ ଧରି ସ୍ଥାନୀୟ ଷ୍ଟାଡିୟମରେ ଚାଲିଥିବା ଛତ୍ରପୁର ମହୋତ୍ସବରେ ରବିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଏହାସହ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ, ପୂର୍ବତନ ବିଧାୟକ ରାମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅଶୋକ ଚୌଧୁରୀ, ଏନ. ନାରାୟଣ ରେଡ୍ଡୀ, ବିଡିଏର ପୂର୍ବତନ ଅଧ୍ୟକ୍ଷ ସୁବାଷ ମହାରଣା, ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ (ସଂସ୍କୃତି) କୃଷ୍ଣଚନ୍ଦ୍ର ନିଶଙ୍କ, ପ୍ରଫୁଲ୍ଲ ପଟ୍ଟନାୟକ, କଳାବିକାଶ କେନ୍ଦ୍ରର ସଭାପତି ଆର. ସି. ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ସଂଯୋଜନା କରିଥିଲେ । ଏହି ଅବସରରେ ତାମ୍ପରା ପର୍ଯ୍ୟଟନସ୍ଥଳୀର କେୟାରଟେକର କାଳୁ ଚରଣ ତ୍ରିପାଠୀ, ରାମ ଲୀଳା ପାଇଁ ସାନଖେମୁଣ୍ଡି ବ୍ଲକର ଗୁରୁ ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଓ ଶଖିନାଚ ପାଇଁ ଭଞ୍ଜନଗର ବ୍ଲକର ଗୁରୁ କାଳୁ ଚରଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୁକୁଡାଖଣ୍ଡିର ଜି. ହରିବନ୍ଧୁ ଓ ତାଙ୍କ ଗ୍ରୁପ ପକ୍ଷରୁ କୃଷ୍ଣ ଲିଳା, ନରେନ୍ଦ୍ରପୁର ସ୍ଥିତ ଗାୟତ୍ରୀ ଯୁଗଳ ଶଙ୍ଖ ଧ୍ୱନି ପକ୍ଷରୁ ଯୋଡି ଶଙ୍ଖ, ଦିଗପହଣ୍ଡିର ବିଚିତ୍ରା ବର୍ଣ୍ଣାଳି ନାଟ୍ୟ ସଂସଦ ପକ୍ଷରୁ ଘୁଡୁକି ନାଚ, ବ୍ରହ୍ମପୁର ରିୟଲ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ମଡ଼ର୍ନ ଡ୍ୟାନ୍ସ, ବ୍ରହ୍ମପୁର ଆରାଧ୍ୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ଡ୍ୟାନ୍ସ, ଛତ୍ରପୁର ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ମଡ଼ର୍ନ ଡ୍ୟାନ୍ସ, ଆର୍ଜେଣ୍ଟିନାର ଆନନ୍ଦିନୀ ଦାସୀ ଓ ଅରୁଣ ପ୍ରଧାନଙ୍କ ପକ୍ଷରୁ ଓଡିଶୀ ଡ୍ୟାନ୍ସ, ବ୍ରହ୍ମପୁରରୁ ଅଙ୍ଗାହାର ନୃତ୍ୟାୟନ ପକ୍ଷରୁ ଓଡିଶୀ ନୃତ୍ୟ ଓ ବ୍ରହ୍ମପୁର ରକଷ୍ଟାର ଡ୍ୟାନ୍ସ ଏକାଡେମୀ ପକ୍ଷରୁ ତେଲୁଗୁ ଲୋକ ନୃତ୍ୟୁ ପରିବେଷଣ କରାଯାଇଥିଲା । ଶେଷରେ ଋତୁରାଜ ମହାନ୍ତି ଓ ତାଙ୍କ ଗ୍ରୁପ ପକ୍ଷରୁ ମେଗା ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ସେହିପରି ମିନାବଜାରରେ କୁନି କୁନି ପିଲାମାନେ ଦୋଳି ଖେଳର ମଜାଉଠାଇ ଥିଲେ ଏବଂ ଷ୍ଟଲ ଗୁଡିକରେ ଲୋକମାନଙ୍କ ବିଭିନ୍ନ ଖାଇବାକୁ ଜିନିଷ କିଣିବାର ଦେଖିବାକୁ ମିଳିଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା