

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର +୩ ବଟନୀ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼.ପିଙ୍କିରାଣୀ ଦେଇ ଦ୍ୱୀପ ପ୍ରଜ୍ଜ୍ୱଳନ କରି ଏହି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ତତସହିତ ସମସ୍ତଙ୍କୁ ଶୃଙ୍ଖଳା ଜ୍ଞାନ ଓ ନୂତନ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟ ନିୟମାବଳୀ ବିଷୟରେ ଅବଗତ କରାଇଥିଲେ । ଏହି ଉତ୍ସବରେ ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକା ମନୋରଞ୍ଜନ ମହାରଣା, ବାଇରିବନ୍ଧୁ ମୁଦୁଲି, ଶ୍ରୀମତୀ ମିନତି ତରାଇ, ମିଲିମିତା ପାଢ଼ୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଶିକ୍ଷାବିତ ଜୀବନ ବିଷୟରେ ବହୁତ ଉଦାହରଣ ଦେଇ ଉତ୍ସାହିତ କରିଥିଲେ । ଏହି ସଭାରେ ଛାତ୍ରୀ ସୁଭସ୍ମିତା ପାଣିଗ୍ରାହୀ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହାସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା । ସିନିୟର ବର୍ଗର ରଞ୍ଜିତ ପଣ୍ଡା, ଐଶ୍ଵର୍ଯ୍ୟ ରାଉତ, ଏମ.ଜୟାଲକ୍ଷ୍ମୀ ସହ ଅନ୍ୟ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



Nice meeting on the college.By the way best news of the web media..