

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ତିନି ବିଭାଗର ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିଲା ଯାହା ଆଜି ତଥା ୧୫ ଫେବୃଆରୀରେ ସମାପ୍ତ ହୋଇଛି । ପୂର୍ଣ୍ଣ ଶିବିରକୁ ମାଷ୍ଟର ଟ୍ରେନର ଭାବେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ଶିବିରାର୍ଥୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରକୁ କଲେଜର ଅଧ୍ୟାପିକା ଡ.ସୁରଜିତା ପଟ୍ଟନାୟକ, ରାଜବାଳା ତ୍ରିପାଠୀ, ଡ.ସୁଜାତା ମଲ୍ଲିକ, ଶୁଭ୍ରା ପଣ୍ଡା ପ୍ରଥମରୁ ଶେଷ ଦିନ ପର୍ଯ୍ୟନ୍ତ ଉପସ୍ଥିତ ରହି ସୁପରିଚାଳନା ସହ ଉଦଯାପନ ଉତ୍ସବରେ ଏହି ତାଲିମର ମହତ୍ତ୍ଵ ଏବଂ ବର୍ତ୍ତମାନ ସମୟରେ ଏହାର ଗୁରୁତ୍ଵ ଉପରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । ତାଲିମରେ ଯୁକ୍ତ ତିନି ବିଭାଗର ଶୁଭସ୍ମିତା ପାଣିଗ୍ରାହୀ, ଡି. ପ୍ରିୟା, ଚିନ୍ମୟୀ ସାହୁ, ରଚନା ମୁଦୁଲି, ବିଜୟଲକ୍ଷ୍ମୀ ପ୍ରଧାନଙ୍କ ପରି ମୋଟ ୪୮ଜଣ ଛାତ୍ରୀ ତାଲିମ ନେଇ ଆଜି ସାର୍ଟିଫିକେଟ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
