ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସହରର ଶ୍ରୀରାମନଗରରେ ଅବସ୍ଥିତ ସହରର ୧ ନମ୍ବର ସଂସ୍କୃତି ଧର୍ମୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗତ ୯ ତାରିଖରେ ଶିକ୍ଷକ ପ୍ରଶିକ୍ଷକ କର୍ମଶଳା ଉଦଘାଟିତ ହୋଇଯାଇଛି । ବିଦ୍ୟାଭାରତୀର ଯୋଜନା ପ୍ରୋତ୍ସାହନାରେ ଅନୁଷ୍ଠିତ ଗଞ୍ଜାମ ଓ ଗଜପତି ଜିଲ୍ଲାର ଶିକ୍ଷକ ପ୍ରଶିକ୍ଷକ ତିନିଦିନିଆ ଏହି କାର୍ଯ୍ୟଶାଳାରେ ସର୍ବମୋଟ ୧୫ଜଣ ବିଜ୍ଞ ପ୍ରଶିକ୍ଷକ ପ୍ରଶିକ୍ଷଣକ୍ଷେତ୍ରରେ ଅଂଶଗ୍ରହଣ କରିଛନ୍ତି ଏବଂ ଏହି ପ୍ରଶିକ୍ଷଣ କାର୍ଯ୍ୟଶାଳାରେ ୧୨୫ ଜଣ ଶିକ୍ଷାର୍ଥୀ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ପ୍ରମୁଖ ମୁଖ୍ୟ ଉପେନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ତାଙ୍କ ବକ୍ତବ୍ୟରେ ରାଷ୍ଟ୍ର ଶିକ୍ଷାନୀତିକୁ ସାର୍ବଜନୀନ କରିବା ଆମର ଦାୟୀତ୍ବ ବୋଲି କହିଥିଲେ । ଗଞ୍ଜାମ ବିଭାଗ ନୀରିକ୍ଷକ ସରୋଜ ପଟ୍ଟନାୟକ ଅତିଥିଙ୍କ ପରିଚୟ ଦେଇ ସ୍ଵାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ରୂପେ ପ୍ରାନ୍ତ-ପରୀକ୍ଷା ସହକାରୀ ସଂଯୋଜକ (ଶିକ୍ଷା ବିକାଶ ସମିତି, ଭୁବନେଶ୍ୱର) ରୁଦ୍ରନାରାୟଣ ବେହେରା ଯୋଗଦେଇ ନୂତନ ଶିକ୍ଷାନୀତିରେ ଲାଗୁ ହେବା ଦ୍ବାରା ଶିଶୁର ବିକାଶ ସମ୍ଭବ ଯଥେଷ୍ଟ ବୋଲି ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କର୍ମଶାଳାରେ ହାଇକୋର୍ଟ ଓକିଲ ତଥା ସମ୍ପାଦକ ଶ୍ରୀପଦ୍ମ ଚରଣ ସାହୁ ପ୍ରଥମ ଦିନର ସେମିନାର ସକ୍ରୀୟ ଅଂଶଗ୍ରହଣ କରିଥିବା ପ୍ରବୀଣ ପ୍ରଶିକ୍ଷଣ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ସହ ସାଧୁବାଦ ଜଣାଇଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ, କୋଷାଧ୍ୟକ୍ଷ ଏ.ରାବଣା ରାଓ ଏହି ତିନିଦିନିଆ ପ୍ରଶିକ୍ଷଣ କର୍ମଶଳାରେ ସହଯୋଗ କରିଥିଲେ । କର୍ମଶାଳାର ଦ୍ୱିତୀୟ ଦିବସରେ ଛତ୍ରପୁରର ବରିଷ୍ଟ ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥୀ (OES-S) ଯୋଗଦେଇ ଜାତୀୟ ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ । ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ଦକ୍ଷିଣ ପୂର୍ବ ସମ୍ଭାଗର ସମ୍ଭାଗ-ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ (ଫୁଲବାଣୀ ବିଭାଗ), ନିରୀକ୍ଷକ ରଞ୍ଜନ କୁମାର ପ୍ରଧାନ, ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ, ବ୍ରହ୍ମପୁରର ରାମହରି ନଗର ଶିଶୁବିଦ୍ୟା ମନ୍ଦିରର ଉପ-ସଭାପତି ପିତାମ୍ବର ପାତ୍ର ପ୍ରମୁଖ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷଣର ତୃତୀୟ ଦିବସରରେ ପୋଲସରା ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ଏ.ଲିଙ୍ଗରାଜ ତୃଣମୂଳସ୍ତରୀୟ ଶିକ୍ଷଣ ସମ୍ବଳଉପରେ ଆଲୋଚନା ଉପସ୍ଥାପିତ କରିଥିବା ବେଳେ ଭୋକେସନାଲ କ୍ଲାସରେ ରୁଦ୍ରନାରାୟଣ ବେହେରା, ପୁରୁଷୋତ୍ତମପୁରର ପ୍ରଧାନଆଚାର୍ଯ୍ୟ ଶିଶିର ମହାପାତ୍ର ଦକ୍ଷତା ବିକାଶ ଉପରେ ଆଲୋଚନା ଉପସ୍ଥାପିତ କରିଥିଲେ । ଶେଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଗୁରୁଜୀ ଦୀପକ କୁମାର ଦାଶ୍ (ଛତ୍ରପୁର)ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆଧୂନିକତାର ତାଳ ଦେଇ ଶିଶୁମାନଙ୍କର ଉନ୍ନତ ଓ ଶୃଙ୍ଖଳିତ ମାର୍ଗ ପ୍ରଦାନରେ ଏହି ତିନିଦିନିଆ ପ୍ରଶିକ୍ଷଣ ଉଚିତ ଫଳ ପ୍ରଦତ୍ତ ହେବ ଏବଂ ଉତ୍ତମ ଦିଗ ଦର୍ଶନ ଦେବ ବୋଲି ମତ ପ୍ରକାଶ ପାଇଛି । ଉଦଯାପନୀ ସମାରୋହରେ ଆୟୋଜକ ଛତ୍ରପୁର ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ୍ ସମସ୍ତ ଅତିଥି, ପ୍ରଶିକ୍ଷଣ ଗୌଣ, ଶିକ୍ଷକ-ପ୍ରଶିକ୍ଷକଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ବିଭାଗ ପ୍ରମୁଖ ସରୋଜ ପଟ୍ଟନାୟକ ପ୍ରଶିକ୍ଷଣର ବୃତ୍ତ ପଠନ କରିଥିଲେ । ସମ୍ପାଦକ ପଦ୍ମଚରଣ ସାହୁ, ପ୍ରାନ୍ତପରୀକ୍ଷା ସହ-ସଂଯୋଜକ ରୁଦ୍ରନାରାୟଣ ବେହେରା, ସହ-ଜିଲ୍ଲା ପ୍ରମୁଖ ବିପନ ଚନ୍ଦ୍ର ପଟ୍ଟନାୟକ, ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସଂକୁଳ ପ୍ରମୁଖ ଜେ. କୁର୍ମା ରାଓ, ସଦସ୍ୟ ରାମପ୍ରସାଦ ପଟ୍ଟନାୟକ, ସଦସ୍ୟା ଶ୍ରୀମତୀ ସୁନୀତା ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନା କରିଥିଲେ । ଶେଷରେ ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ଏ.ରାବଣା ରାଓ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା