
ଛତ୍ରପୁର (ସମୃଦ୍ଧ ଓଡିଶା)ଛତ୍ରପୁର ନିର୍ବାଚନମଣ୍ଡଳୀର ୨୦ ନମ୍ବର ଜୋନରେ ବିଜେପି ଜନପରାମର୍ଶ ପଦଯାତ୍ରା ଜୋନ୍ ମଣ୍ଡଳ ସଭାପତି ପଦ୍ମଚରଣ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସରକାରଙ୍କର ସ୍ଥାଣୁତା, ଅପାରଗତା ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ ଭଳି ବିଭିନ୍ନ ଜନସେବା କାର୍ଯ୍ୟକ୍ରମରେ ବିଫଳତା ଏବଂ କେନ୍ଦ୍ରର ମୋଦି ସରକାରଙ୍କ ଲୋକାଭିମୁଖ୍ୟ ଯୋଜନା ସଂପର୍କରେ ଜନ ସାଧାରଣଙ୍କୁ ଅବଗତ କରାଯାଇଥିଲା । ବିକାଶଶୀଳ ସରକାର ପାଇଁ ବିଜେପିରେ ସାମିଲ ହେବାକୁ ଜୋନର ସମସ୍ତ ଭୋଟରଙ୍କୁ ନିବେଦନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ହରିଜନ ମୋର୍ଚ୍ଚା ସାଧାରଣ ସଂପାଦକ ଧରଣୀ ଧର ବେହେରା ,ମତ୍ସ୍ୟଜୀବି ନେତା ଭୀମସେନ ବେହେରା, ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀ, ୨୧ ନମ୍ବର ଜୋନ୍ ମଣ୍ଡଳ ସଭାପତି ଗାଣ୍ଡୁଧର ଗୌଡ, ଜିଲ୍ଲା ହରିଜନ ମୋର୍ଚ୍ଚା ସଭାପତି ଚୈତନ୍ୟ ପ୍ରଧାନ, ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା, ବିଜୟ କୁମାର ସାହୁ, ବି.କୁର୍ମା ରାଓ, ଏସ୍.ରାମେୟା, ପି.ରାମବାବୁ, ଯୁବମୋର୍ଚା ୨୦ ନମ୍ବର ଜୋନ ସଭାପତି ଏନ୍.ଦୀନବନ୍ଧୁ, ଏସ୍.ଲିଙ୍ଗରାଜ, ଜେ.ମାଧେୟା, ଜି.ଜଗନ୍ନାଥ, ଜି.ଡାଲେୟା, ପି.ଚନ୍ଦ୍ରେୟା ରେଡ୍ଡି, ପି.ପୁରୁଷୋତ୍ତମ ରେଡ୍ଡି, ରଞ୍ଜନ ବେହେରାଙ୍କ ସମେତ କାଳିପଲ୍ଲୀ ଓ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଶତାଧୀକ ଦଳୀୟ କର୍ମୀ ଜନପରାମର୍ଶ ପଦଯାତ୍ରାରେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


