ରମ୍ଭା(ସମୃଦ୍ଧ ଓଡିଶା)ସାବୁଳିଆ ଦକ୍ଷିଣେଶ୍ୱର ମତ୍ସ୍ୟଜୀବି କଣ୍ଡାରା ସାହି ଠାରେ ୫୬ ତାଳୁକା କୋର କମିଟି ସଭା ସ୍ଥାୟୀ ସଭାପତି ବ୍ରଜବନ୍ଧୁ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବାହାନଗା ରେଲ ଷ୍ଟେସନରେ ମୃତ୍ତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ନୀରବ ପ୍ରାର୍ଥନା କରାଯାଇଥିଲା। ପୁରୀ, ଗଞ୍ଜାମ ଓ ଖୋର୍ଦ୍ଦା ଜିଲ୍ଲାରୁ ଆସିଥିବା କମିଟି ସଭ୍ୟ ବୃନ୍ଦ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ଚିଲିକା ପାରମ୍ପାରିକ ମତ୍ସ୍ୟଜୀବିଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା କରଯାଇଥିଲା। ଏହି ସଭାରେ ସମ୍ପାଦକ ରାଧାମୋହନ ପୃଷ୍ଟି, ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ମଲ୍ଲିକ, ଭୀମସେନ ବେହେରା, ଉଦୟନାଥ ବେହେରା, ସେନାପତି ବେହେରା, ଗୋବିନ୍ଦ ବେହେରା, ରଞ୍ଜନ ମଲ୍ଲିକ, ରଘୁନାଥ ବେହେରା, ଧନୁର୍ଜୟ ମଲ୍ଲିକ, ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ସର୍ବସମ୍ମତି କ୍ରମେ ଜୁଲାଇ୨ତାରିଖ ଦିନ ସାବୁଲିଆ ଦକ୍ଷିଣେଶ୍ୱର ମତ୍ସ୍ୟଜୀବି ସାହିରେ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା