ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବ ଛାତ୍ରସଂସଦ ଓ +୩, ୬ଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀ ଗଣ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତ୍ତି ଅନୁଯାୟୀ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ପବିତ୍ର ନନ୍ଦଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ବର୍ତ୍ତମାନର କରୋନା ସଂକ୍ରମଣ ସମସ୍ୟାକୁ ଦେଖି ଆସନ୍ତା ୨୦ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୦ରେ ହେବାକୁ ଥିବା ୬ଷ୍ଠ ସେମିଷ୍ଟାର ଅଫଲାଇନ୍ ପରୀକ୍ଷା ବିରୋଧରେ ଏକ ପତ୍ର ଦେଇ ଅନଲାଇନ୍/ସେମି-ଅନଲାଇନ୍/Open-Book ମାଧ୍ୟମରେ ପରିଚାଳନା କରିବାକୁ ଦାବି କରିଛନ୍ତି । ପରୀକ୍ଷା ନିୟନ୍ତ୍ରକ ଦାବି ପତ୍ରଟିକୁ ଗ୍ରହଣ କରି ଉକ୍ତ ସମସ୍ୟା ଉପରେ ଦୃଷ୍ଟି ଗୋଚର କରି ତାଙ୍କ ମତ ପ୍ରକାଶ କରିଥିଲେ । ଭିତ୍ତିଭୂମିର ଅଭାବ ଏବଂ ବହୁ ଛାତ୍ରଛାତ୍ରୀଙ୍କର ଇଣ୍ଟରନେଟ ସମସ୍ୟା ରହିଥିବାରୁ ଅନଲାଇନ୍ ମାଧ୍ୟମରେ ପରୀକ୍ଷା ପରିଚାଳନା କରିବା ସମ୍ଭବ ହେଉନାହିଁ ବୋଲି ଜଣାଇଥିଲେ । ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଅନ୍ୟ ୩ଟି ମହାବିଦ୍ୟାଳୟ ବର୍ତ୍ତମାନ ସୁଦ୍ଧା ଅଫଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ସ୍ବାସ୍ଥ୍ୟ ବିଭାଗର ନିୟମାବଳୀ ଅନୁଯାୟୀ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହଯୋଗରେ ଛତ୍ରପୁର ମହାବିଦ୍ୟାଳୟ ପରିବର୍ତ୍ତେ ଛତ୍ରପୁର ସହରର ଅନ୍ୟ ଶିକ୍ଷାନୁଷ୍ଠାନରେ ପରୀକ୍ଷା ସୁଚାରୁରୂପେ ପରିଚାଳନା କରାଯିବ । ବର୍ତ୍ତମାନ ସମୟରେ କୋଭିଡ କଟକଣାକୁ କୋହଳ କରାଯାଇଛି, ତେଣୁ କରି ଛାତ୍ରଛାତ୍ରୀଙ୍କର ଯାତାୟତରେ ବିଶେଷ ସମସ୍ୟା ହେବନାହିଁ । କେବଳ ମହାବିଦ୍ୟାଳୟ ସଂଯୋଜନାରେ କରାଯାଉଥିବା ବିଜ୍ଞାନ ବିଭାଗର ପ୍ରାକ୍ଟିକାଲ୍ ପରୀକ୍ଷା ହିଁ ଅନଲାଇନରେ କରିବା ପାଇଁ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ସମସ୍ତ ଛାତ୍ରଛାତ୍ରୀଙ୍କ ଅନୁରୋଧ ଏବଂ ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ୍ରମେ ଆଜି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଉକ୍ତ ପ୍ରାକ୍ଟିକାଲ୍ ପରୀକ୍ଷାକୁ ଅନଲାଇନରେ କରିବାକୁ ସୂଚନା ପ୍ରକାଶ କରିଛି । ଉପରୋକ୍ତ ସମସ୍ୟାକୁ ଦେଖି ପୂର୍ବ ସମୟସାରଣୀ ଅନୁସାରେ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଫଲାଇନ୍ ପ୍ରଣାଳୀରେ ୬ଷ୍ଠ ସେମିଷ୍ଟାର ପରୀକ୍ଷା ଦେବାକୁ ପଡ଼ିବ ବୋଲି ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଜଣାଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପରୀକ୍ଷା ଦେବାକୁ ଅସମର୍ଥ ହେବେ, ସେମାନଙ୍କ ନିମନ୍ତେ ବିଶ୍ଵବିଦ୍ୟାଳୟ ଆଗାମୀ ସମୟରେ ସ୍ୱତନ୍ତ୍ର ପରୀକ୍ଷା ଆୟୋଜନ କରିବା ପାଇଁ ମତ ସାବ୍ୟସ୍ତ କରିଅଛି । ତତ୍ ସଙ୍ଗେ ଏହି ସମସ୍ୟାଗତ ଅନୁରୋଧ ପତ୍ରକୁ ଇ-ନିବେଦନ(ଭାରତୀୟ ଡାକ) ମାଧ୍ୟମରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗକୁ ପଠାଯାଇଅଛି । ତେଣୁ ବିଶ୍ଵବିଦ୍ୟାଳୟର ମତକୁ ଦୃଷ୍ଟି ଆକ୍ଷେପ କରି ଆମ୍ଭେ ପୂର୍ବ ଛାତ୍ରସଂସଦ ଏବଂ ୬ଷ୍ଠ ସେମିଷ୍ଟାର ବିଦ୍ୟାର୍ଥୀ ତାଙ୍କ ମତରେ ୬ଷ୍ଠ ସେମିଷ୍ଟାର ପରୀକ୍ଷାଟିକୁ ଅଫଲାଇନ୍ ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ଦେବା ପାଇଁ ଏକମତ ହୋଇଛୁ ବୋଲି ଜଣାଇଛନ୍ତି । ଅନୁରୋଧ ରକ୍ଷାକରି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ବିଜ୍ଞାନ ବିଭାଗର ପ୍ରାକ୍ଟିକାଲ୍ ପରୀକ୍ଷାକୁ ଅନଲାଇନ୍ ମାଧ୍ୟମରେ କରିବା ପାଇଁ ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀ ମଧ୍ୟ ଏହି ଘୋଷଣାରେ ସହମତ ହୋଇ ଅଧ୍ୟକ୍ଷଙ୍କ ନିକଟରେ ଖୁସି ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଛାତ୍ରନେତା ତାପସ ରଂଜନ ରଥ, G. ନର୍ସିମା, କୁକୁନ୍ ମିଶ୍ର, ମିଲନ୍ ବିଷୋୟୀ, ତୁଷାରକାନ୍ତ ବେହେରା ଓ ସୋମେଶ ଚୈ।ହାନ୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ବୋଲି ପୂର୍ବ ଛାତ୍ରସଂସଦ ସଭାପତି ଜ୍ଞାନରଞ୍ଜନ ସାହୁ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା