ଛାତ୍ରୀ ଅପରହରଣ ମମଲା : ଅପହର୍ତ୍ତା ଓ ଅପହୃତ ସହ ୫ ଉଦ୍ଧାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଜମାଳ ବାଇପାସ୍ ଠାରୁ ଗତ ସୋମବାର ମଧ୍ୟାହ୍ନରେ ଅପହୃତ ହୋଇଥିବା ଜଣେ କଲେଜ ଛାତ୍ରୀ ସହିତ କେତେକ ଯୁବକ ପଶ୍ଚିମ ବଂଗକୁ ପଳାଇ ଯାଇଥିବାରୁ ସେମାନଙ୍କ ସଂପର୍କରେ ପୁଲିସ୍ ଜାଣିପାରିନଥିଲା । କିନ୍ତୁ ଏହି କାର୍ଯ୍ୟରେ ବ୍ୟବହୃତ ଓଡି୦୧ଟି-୧୭୭୦ କାର୍ ସହିତ ଡ୍ରାଇଭର ସଂପର୍କରେ ପୁଲିସ୍ ଜାଣି ପଚରାଉଚରା କରିଥିଲା । ମୋବାଇଲ ଟ୍ରାକଂରୁ ଏମାନେ ଦାନ୍ତୁନ ଓ ମୋହନପୁର ଥାନା ଇଲାକାରେ ରହିଥିବାର ପୋଲିସ୍ ଜାଣିବାକୁ ପାଇଥିଲା । ଅନ୍ୟପକ୍ଷରେ ଅପହରଣ କରିଥିବା ଯୁବକର ସମ୍ପର୍କୀୟମାନେ ଛାତ୍ରୀ ଓ ଅପହର୍ତ୍ତାଙ୍କୁ ଧରି ଆଜି ଥାନାରେ ପହଞ୍ଚିଥିଲେ । ଅପହର୍ତ୍ତା ବେହେରା ସାହି ଗ୍ରାମର ମହେଶ ଦଳେଇ ବୋଲି ଜଣାଯାଇଛି । ଅଟକ ଡ୍ରାଇଭର ଗୋପାଳ ପ୍ରଧାନ ଥାନାରେ ଅଟକ ଥିବା ବେଳେ ଆସନ୍ତାକାଲି ଛାତ୍ରୀର ବୟାନ ୧୬୪ ଧାରାରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କଲାପରେ କେସ୍ର ଗତି ସଂପର୍କରେ ଜଣାଯିବ ।

ରିପୋର୍ଟ : ଭୂପତି କୁମାର ପରିଡା