ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସମାଜରେ ନାରୀ ଅସୁରକ୍ଷିତ । ସେମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ଓ ସୁରକ୍ଷାର କବଚ ତିଆରି କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ପାରୁ ନାହିଁ । ତେଣୁ ନିଜେ ନିଜକୁ ସୁରକ୍ଷା ଦେବା ପାଇଁ ଆତ୍ମ ସୁରକ୍ଷା ଶିକ୍ଷା ପାଇଁ ଏବେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି । ଜଳେଶ୍ୱର ବ୍ଲକର ଦହମୁଣ୍ଡା ସ୍ଥିତ ଆନନ୍ଦମୟୀ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇ ଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟାପିକା ସୁଷମା ରାଣୀ ଭୂୟାଁ, ମିଲିରାଣୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ସଂଯୋଜିକା ବାସନ୍ତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା