ସିିମଲା: ହିମାଚଳ ପ୍ରଦେଶର ହମୀରପୁରରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ଏବେ ସମସ୍ତଙ୍କୁ ହତବାକ୍ କରିଛି । ଜଣେ ଦେଶଭକ୍ତ ହୋଇ ଦେଶକୁ ସୁରକ୍ଷା କରୁଥିବା ଯବାନ ଜଣେ ନାବାଳିକା ସହ ଦୁଷ୍କର୍ମ କିପରି କରି ପାରିବ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଊଙ୍କି ମାରିବା ଆରମ୍ଭ କରିଛି । ଅନ୍ର ପକ୍ଷରେ ଅଭିଯୁକ୍ତ ଯବାନଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି ନିଆଯାଇଥିବା ଜଣା ପଡ଼ିଛି ।ସୂଚନା ମୁତାବକ, ଅଭିଯୁକ୍ତ ନିଜ ଘରକୁ ଛୁଟି କଟାଇବାକୁ ଆସିଥିବା ବେଳେ ପଡ଼ୋଶୀ ଘରେ ରହୁଥିବା ନାବାଳିକାକୁ ଦେଖି ତା’ ସହ କଥା ହେବା ଆରମ୍ଭ କରିଥିଲେ । ପରେ ଯବାନ ପୀଡ଼ିତାଙ୍କୁ ମନ୍ଦିର ନେବା ବାହାନାରେ ଏକ ହୋଟେଲକୁ ନେଇ ଦୁଷ୍କର୍ମ କରିବା ସହ କାହାକୁ ନ କହିବା ପାଇଁ କହିଥିଲେ । ସବୁ ସରିବା ପରେ ଯବାନ ପୀଡ଼ିତାଙ୍କୁ ତାଙ୍କ ଘରେ ଛାଡ଼ି ଦେଇଥିଲେ । କିନ୍ତୁ ପୀଡ଼ିତା ନ ଡ଼ରି ନିଜ ପରିବାର ଲୋକଙ୍କୁ ସବୁ ଜଣାଇଥିଲେ । ଯାହା ପରେ ପରିବାର ଲୋକେ ହମୀରପୁର ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିବା ପରେ ପୋସ୍କୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣା ପଡ଼ିଛି ।