ଛୁରାମାଡ଼ରେ ୱାର୍ଡ ସଭ୍ୟ ଆହତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ୱାର୍ଡ ସଭ୍ୟ ଗଣପତି ପାତ୍ରଙ୍କୁ ଶୁକ୍ରବାର ପ୍ରାୟ ରାତି ୯ଟା ସମୟରେ ଛୁରାମାଡ ହୋଇଥିବା ସୂଚନା ମିଳିଛି । ଛୁରାମାଡରେ ଗଣପତି ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଆହାତ ଗଣପତିଙ୍କୁ ପ୍ରଥମେ ବୋମକେଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପର୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଦୁଇ ଜଣ ଜୁବକ ଆସି ଗାଳି ଗୁଲଜ କରିଥିଲେ । ଏଥିରେ ଗଣପତି ବାରଣ କରିଥିଲେ । ଘରେ ମା ଓ ଭଉଣୀ ରହୁଛନ୍ତି କାହିଁକି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛ ବୋଲି ପ୍ରତିବାଦ କରିଥିଲେ । ଏହାପରେ ଗଣପତିଙ୍କ ଉପରକୁ ଦୁର୍ବୁତ୍ତମାନେ ଛୁରା ମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ କେ.ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା