


ରାଉରକେଲା:(ସମୃଦ୍ଧଓଡିଶା)ଛେଣ୍ଡ ବସ୍ତି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରତିମା ବାଳା ମିଶ୍ର ଙ୍କ ସଭାପତିତ୍ବ, ବରିଷ୍ଠ ଶିକ୍ଷୟିତ୍ରୀ ତନୁଶ୍ରୀ ମହାନ୍ତି ଙ୍କ ଆବାହକତ୍ବ ଓ ସିଆରସିସି ବିଦ୍ୟୁତଲତା ସୂତାରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ରା ସହ ଶିକ୍ଷାଧିକାରୀ ସତ୍ୟଭାମା ବେହେରା ମୁଖ୍ୟଅତିଥି, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଓ ଶିକ୍ଷାବିତ୍ ଅନୀଲ କୁମାର ଦାଶ ସମ୍ମାନିତ ଅତିଥି , ଶିକ୍ଷାବିତ ରାଜକୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆଶ୍ରିଵଚନ ପ୍ରଦାନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ସମାଜସେବୀ ବଦ୍ରିନାରାୟଣ ପାଢ଼ୀ, ବିଦ୍ୟୁତ କଲୋନୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ବୀଣାପାଣି ରାୟ, ରଘୁନାଥପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅପର୍ଣ୍ଣା ସାମଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସମସ୍ତ ଅତିଥି ଶୁଣିବା, କହିବା,ପଢ଼ିବା, ଲେଖିବା, ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ, କର୍ତ୍ତବ୍ୟବୋଧ, ଅଭିଭାବକ ଙ୍କ ଦାୟିତ୍ଵବୋଧ,ଉତ୍ତମ ଚରିତ୍ର ଗଠନ, ପାଠ ସହ କ୍ରୀଡା ଉପରେ ଗୁରୁତ୍ୱାରୋପ କରି ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମିଶ୍ର ନିପୁଣ ଓଡିଶା ମେଳା ଓ ବାର୍ଷିକ ବିବରଣୀ ତଥା ଆବାହକ ଶ୍ରୀମତୀ ମହାନ୍ତି ବିଦ୍ୟାଳୟ ସମ୍ପର୍କରେ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଂଯୋଜକ ସିଆରସିସି ଶ୍ରୀମତୀ ସୂତାର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରୀ ରିତିକା ନାୟକ ଦେଶାତ୍ମବୋଧକ କବିତା ଓ ରିତିକା ତଥା ଆଦିତି ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟ ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସର୍ବଶ୍ରୀ ହରିହର ଶତପଥୀ, ବିଭୁତି ଭୂଷଣ ଦାସ, ରମେଶ ଚନ୍ଦ୍ର ଲେଙ୍କା, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁଷମା ତନ୍ତୀ, ବାସନ୍ତୀ ସାହୁ,ସଭ୍ୟା ନାୟକ, ନଳିନୀପ୍ରଭା ମିଶ୍ର, ମଧୁସ୍ମିତା ଜେନା, ଧନେଶ୍ଵରୀ ସାହୁ, ପ୍ରଭାତୀ ଦାସ, ସନ୍ଧ୍ୟା ରାଣୀ ସାମଲ, ମନସ୍ବିନୀ ଦାସ, ସୂର୍ଯ୍ୟ ନାରାୟଣ ପଣ୍ଡା,ରତ୍ନାବଳୀ ହୋତା, ସବିତା ମିଶ୍ର, ରଶ୍ମିତା ମହନ୍ତ,କୁଶଳେଶ୍ବର କନସ୍ରାଲି ଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ମନ୍ଦାକିନୀ ବେହେରା, ଶକୁନ୍ତଳା ମନ୍ଦୋଦରୀ,କଳାବତୀ ତନ୍ତୀ ଓ ଅନ୍ୟମାନେ ସହଯୋଗ କରିଥିଲେ।
ରିପୋର୍ଟ : ସସ୍ମିତା ପ୍ରଧାନ