ହିନ୍ଦୋଳ(ସମୃଦ୍ଧଓଡିଶା)ବାତ୍ୟା ଦାନା ପାଇଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଛୋଟ ଏକ ପ୍ରୟାସ ପକ୍ଷରୁ ପ୍ରଭାବିତ ଜନତାଙ୍କୁ ସେବା ଯୋଗାଇଦେବାପାଇଁ ତତ୍ପରତା ଦେଖାଇଛନ୍ତି! ତେବେ ଗତ କାଲି ରାତିରେ ପ୍ରବଳ ବର୍ଷା ହେତୁ ରଞ୍ଜାଗୋଳ ଗ୍ରାମପଞ୍ଚାୟତ ର ରଞ୍ଜାଗୋଳ ଗ୍ରାମ ର ବିପ୍ରବନ୍ଧୁ ନାଏକ ଙ୍କ ପାଖରେ ଏକ ଅଭାବନୀୟ ପରିସ୍ଥିତି ଦେଖା ଦେଇଥିଲା। ସେ ଜଣେ ଦିନ ମଜୁରିଆ। ଘରେ ସ୍ତ୍ରୀ ଏବଂ ଛୋଟ ଛୁଆ ଦୁଇଜଣ ଏବଂ ଜଣେ ବୃଦ୍ଧା ମା ଯିଏ କି ଜଣେ ପକ୍ଷାଘାତ ରୋଗରେ ପୀଡିତ ଅଟନ୍ତି। ଛୋଟ କୁଡ଼ିଆ ଘରେ ରହୁଥିଲେ। ମହାବାତ୍ୟା ଦାନା ପ୍ରଭାବରେ ଘରେ ଚାଳ ରେ ପନିଗଲି ଘର ଓଦା ଭିତରେ ରହୁଥିଲେ ଗତକାଲି ରାତିରେ ଗାଁ ବିଦ୍ୟାଳୟ ରେ ରାତ୍ରି କାଟିଥିଲେ ଏବଂ ଏ ଖବର ପାଇବା ପରେ ଆମ ଛୋଟ ଏକ ପ୍ରୟାସ ପରିବାର ଏବଂ ସ୍ଥାନୀୟ ରାଜସ୍ବନିରୀକ୍ଷକଙ୍କ ସହାୟତାରେ ତାଙ୍କୁ ଏକ ପାଲ ଏବଂ ଅନୁଷ୍ଠାନ ତରଫରୁ କିଛି ଶୁଖିଲା ଖାଦ୍ୟ ସମଗ୍ରୀ ପ୍ରଦାନ କରାଯାଇଥିଲା। ସେହି ସ୍ଥାନ ର କିଛି ଅସହାୟ ଲୋକଙ୍କୁ ସଂଗଠନ ତରଫରୁ ୧୦ଜଣ ଅସହାୟ ଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା!ଏଥିସହ ସଂଗଠନ ପକ୍ଷରୁ ବାତ୍ୟା ପାଇଁ ସମ୍ଭାବ୍ୟ କ୍ଷୟକ୍ଷତି ଓ ଜନସାଧାରଣଙ୍କ ଅସୁବିଧା ପାଇଁ ତତ୍କାଳ ପଦକ୍ଷେପ ପାଇଁ ଆବଶ୍ୟକ ପ୍ରସ୍ତୁତି ରହିଥିଲା!ଛୋଟ ଏକ ପ୍ରୟାସ ର ଏହି ମହତ ପଦକ୍ଷେପ ପାଇଁ ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି!!
ରିପୋର୍ଟ : ରଜତ ମହାପାତ୍ର