(ସମୃଦ୍ଧ ଓଡିଶା) ପିଲାମାନେ ସୁସ୍ଥ ରହିବା ପାଇଁ ସପ୍ତାହକୁ ତିନି ଦିନ ମଧ୍ୟମ କିମ୍ବା କଠିନ ବ୍ୟାୟାମ କରିବା ଉଚିତ l ୟୁଏସ ଡିପାର୍ଟମେଣ୍ଟ ଅଫ ହେଲଥ ଆଣ୍ଡ ହ୍ୟୁମାନ ସର୍ଭିସ ଗାଇଡ଼ ଲାଇନ ଅନୁଯାୟୀ ୬ ବର୍ଷ ବୟସର କିମ୍ବା ଏହାଠାରୁ ଅଧିକ ବୟସର ପିଲାମାନେ ଅତି କମରେ ସପ୍ତାହକୁ ତିନିଦିନ ଏକ ଘଣ୍ଟା ଅବଧିର ବ୍ୟାୟାସ କରିବା ଆବଶ୍ୟକ l ଏହା କଠିନ କିମ୍ବା ମଧ୍ୟମ ଧରଣର ବ୍ୟାୟାମ ହୋଇପାରେ l ଏହାସହ ପିଲାମାନେ ବି ସେମାନଙ୍କ ଅସ୍ଥି ଓ ମାଂସପେଶୀର ବିକାଶ ଲାଗି ଆଉ ତିନିଦିନ ବ୍ୟାୟାମ କରିବା ଉଚିତ l ୩ ରୁ ୫ ବର୍ଷ ବୟସର ପିଲାମାନେ ସେମାନଙ୍କ ଶାରୀରିକ ବିକାଶ ଲାଗି ଦିନସାରା ଖେଳକୁଦ କଲେ ତାହା ସେମାନଙ୍କ ଶାରୀରିକ ବିକାଶରେ ସାହାର୍ଯ୍ୟ କରିବ ବୋଲି କୁହାଯାଇଛି l ଏହି ବୟସର ପିଲାମାନଙ୍କୁ ମା-ବାପା ଦିନରେ ବେଶୀ ସମୟ ଖେଳିବା ଲାଗି ଉତ୍ସାହିତ କରିବା ଉଚିତ l
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା