


ଛତ୍ରପୁର (ସମୃଦ୍ଧ ଓଡିଶା) ପବିତ୍ର ରଥ ଯାତ୍ରା ଅବସରରେ ତିନି ଠାକୁର ଗୁଣ୍ଡିଚା ମନ୍ଦିରରେ ବିଜେ କରିଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ଠାକୁରଙ୍କୁ ଦଶ ଅବତାରର ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରି ପୂଜା ଅର୍ଚ୍ଚନା କରାଯାଉଥିବା ବେଳେ ଗତକାଲି ଛତ୍ରପୁର ରିକାପୁଲି ନିକଟରେ ଥିବା ମାଉସିମା ମଣ୍ଡପ ଠାରେ ଆୟୋଜିତ ହେରାପଞ୍ଚମି ଉତ୍ସବ ପାଳନ କରାଯାଇ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆର. ହରି ବାବୁ ପରିଚାଳନା କରିଥିଲେ । ଭକ୍ତି ସୁଧା ଭଜନ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଗଣେଶ ପଟ୍ଟନାୟକ ଭିନ୍ନ ଭିନ୍ନ ଭଜନ ପରିବେଷଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



