ଜଗନ୍ନାଥଙ୍କ ୩୨ ବେଶ ଉଦଘାଟିତ ଓ ପଶ୍ଚିମବାର୍ଡ ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ପଶ୍ଚିମବାର୍ଡ ପଂଚାୟତର ଭକ୍ତିକ୍ଷେତ୍ରଠାରେ ଅନୁଷ୍ଠିତ ହୋଇଥିବା ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବ ଗତ ୬ତାରିଖରେ ଉଦଘାଟନ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ତଥା ସମାଜସେବୀ ରମେଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଳେଶ୍ୱର ଓକିଲ ସଂଘର ପୂର୍ବତନ ସଭାପତି ଯୋଗ ଦେଇ କହିଲେ ଯେ ମହୋତ୍ସବ ସ୍ଥାନୀୟ ଜନସାଧାରଣଙ୍କ ଭାଇଚାରା ଓ ସଂସ୍କୃତିକୁ ଉଦ୍ଜୀବିତ କରିବାର ଏକମାତ୍ର ବଳିଷ୍ଠ ମାଧ୍ୟମ । ଉକ୍ତସ୍ଥାନ ସଂସ୍କୃତିର ଗାଥା ବହନ କରିଥିବା ବେଳେ ଭକ୍ତିର ମାର୍ଗ ତଥା ଜଗନ୍ନାଥଙ୍କ ୨ୟ ଥର ପାଇଁ ୩୨ବେଶର ମାହୁଲ ସାଧାରଣ ଲୋକଙ୍କୁ ଅଧିକ ଆକୃଷ୍ଟ କରିପାରିଛି । ମୁଖ୍ୟ ବକ୍ତାଭାବେ ଆଇନ୍ଜିବୀ କୁଂଜବିହାରୀ ଦାସ ଯୋଗ ଦେଇ କହିଲେ ସୁବର୍ଣ୍ଣରେଖାର ତଟବର୍ତ୍ତୀ ଗ୍ରାମବାସୀମାନଙ୍କ ସଂସ୍କୃତି ସଂପୂର୍ଣ୍ଣ ନିଆରା । ସେମାନେ ଯେତିକ କର୍ମଠ ସେତିକି ଅଧିକ ସଂସ୍କୃତି ସଂପର୍ଣ୍ଣ । ସମ୍ମାନୀତ ଅତିଥିଭାବେ ମହୋତ୍ସବର କାର୍ଯ୍ୟକାରୀ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସଂବାଦିକ ଜୀବନକୃଷ୍ଣ ଦାସ ଅଧିକାରୀ, ସତ୍ୟବ୍ରତ ପ୍ରଧାନ, ଶ୍ରୀକୃଷ୍ଣ ଗୁପ୍ତା, ପୂର୍ବତନ ସରପଂଚ ମଧୁସୂଦନ ଦତ୍ତ, ସମାଜସେବୀ ରବିନ୍ଦ୍ର ପାଳ, ଶିକ୍ଷକ ନେତା ସୁକୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ମହୋତ୍ସବର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ । ସେହିପରି ମହୋତ୍ସବର ୪ର୍ଥ ସଂଧ୍ୟାରେ ମହୋତ୍ସବ କମିଟିର ସଭ୍ୟ ତଥା ଶିକ୍ଷକ ନେତା ସୁକୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିରୂପେ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କହିଲେ ପୂର୍ବକାଳରେ ପଶ୍ଚିମବାର୍ଡରେ ଥିବା ବନ୍ଦର ସହିତ ସ୍ଥାନୀୟ ଲୋକମାନଙ୍କ ସଂସ୍କୃତି ଜଡିତ ରହିଛି । ମୁଖ୍ୟ ବକ୍ତାଭାବେ ବରିଷ୍ଠ ସମାଜସେବୀ ତଥା ଭାଷ୍ୟକାର ସତ୍ୟ ଶିବ ଦାସ ଯୋଗ ଦେଇ କହିଲେ ପଶ୍ଚିମବାର୍ଡ ଅଂଚଳ ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ ମାନଙ୍କର ଏକ ନିଆରା ସଂପର୍କ ଓ ସଂସ୍କୃତିର କେନ୍ଦ୍ରବିନ୍ଦୁ । ଓଡିଶାରେ ପ୍ରବାହିତ ହୋଇଥିବା ସୁବର୍ଣ୍ଣରେଖା ନଦୀର ୬୦କି.ମି. ତଟବର୍ତ୍ତ ଅଂଚଳରେ ପଶ୍ଚିମବଂଗ ଓ ଓଡିଶାର ମିଶ୍ରିତ ସଂସ୍କୃତି ଦେଖିବାକୁ ମିଳିଥାଏ । ସମ୍ମାନୀତ ଅତିଥିଭାବେ ସମାଜସେବୀ ଅରୁଣ ବେଜ, ଦନାର୍ଦ୍ଦନ ଅଣ୍ଡିଆ, କୁଞ୍ଜବିହାରୀ ପ୍ରଧାନ, କାଳିଚରଣ ଦାସ, ରାଜେନ୍ଦ୍ର ପଣ୍ଡା, ମାନସ ଧଳ ପ୍ରମୁଖ ଯୋଗ ଦେଇ ଗ୍ରାମୀଣ ମହୋତ୍ସବ ଦ୍ୱାରା ଅଂଚଳବାସୀଙ୍କ ମଧ୍ୟରେ ଭାଇଚାରା ଓ ସଂସ୍କୃତିର ବିକାଶ ଘଟିଥାଏ ବୋଲି ବର୍ଣ୍ଣନା କରିଥିଲେ । ସୂର୍ଯ୍ୟ କୁମାର ମିଶ୍ର ମଂଚ ଆହ୍ନାନ କରିଥିବା ବେଳେ ଯଦୁମଣି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ବେଦପାଠ କରିଥିଲେ । ଶେଷରେ ସିନେ ଅଭିନେତା ଓ ଅଭିନେତ୍ରୀମାନଙ୍କ ନାଚ ଗୀତରେ ଦର୍ଶକମାନେ ଝୁମିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମଦନ ପୃଷ୍ଟି, ରାଜେନ୍ଦ୍ର କର, ହରପ୍ରସାଦ ପାତ୍ର, ସଂଜିବ ସାହୁ, ଜ୍ୟୋର୍ତିମୟ ପଣ୍ଡା, ଶଂକର୍ଷଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା