ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ବଳରାମ ମନ୍ଦିର ଠାରେ ଜିଲ୍ଲା କମିଟି ତରଫରୁ ଆଜି ସକାଳେ ଶ୍ରୀ ଶ୍ରୀ ଜଗନ୍ନାଥ କଳାସଂସ୍କୃତିର ସଂକୀର୍ତ୍ତନ ସେବା ବିକାଶ ପରିଷଦ ଓଡିଶା ଢେଙ୍କାନାଳ ଜିଲ୍ଲା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୁରେଶ ମହାପାତ୍ର ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶିବ ପ୍ରସାଦ ସ୍ୱାଇଁ, ରାଜ୍ୟ କୋଷାଧ୍ୟକ୍ଷ ସୁବାସ ମହାନ୍ତି ଯୋଗା ଦେଇଥିଲେ । ଢେଙ୍କାନାଳ ଜିଲ୍ଲା ସଭାପତି ରବିନାରାୟଣ ସ୍ୱାଇଁ ମାର୍ଚ୍ଚ ୧୭ ରିଖ ଦିନ ରାଜ୍ୟର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ଏଥିରେ ରବିନାରାୟଣ ସ୍ୱାଇଁଙ୍କୁ ଏହି ପରିଷଦର ନୂତନ ରାଜ୍ୟ ସଭାପତି ଭାବେ ଚୟନ କରାଯାଇ ଓ ସୁରେଶ ମହାପାତ୍ରଙ୍କୁ ରାଜ୍ୟ ଉପସଭାପତି ଭାବେ ଚୟନ କରାଯାଇଛି । ଶ୍ରୀମତୀ ସରୋଜିନୀ ବେହେରାଙ୍କୁ ରାଜ୍ୟ ମହିଳା କମିଟି ସଭ୍ୟା ରୂପେ ଏବଂ ଶିବ ନାରାୟଣ ରାଉତଙ୍କୁ ପୋପଡା ବ୍ଲକ ସଭାପତି ଭାବେ ଚୟନ କରାଯାଇଥିବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲାର ଗୌରବ ହେତୁ ପରିଷଦର ଜିଲ୍ଲା କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପଦେଷ୍ଟା ଓ ଜିଲ୍ଲା ସମ୍ପାଦକ ଅଠା କାମାକ୍ଷାନଗର ବ୍ଲକ ସମ୍ପାଦକ ପ୍ରଭାକର ରାଉଳ, ରାଜ୍ୟ ମହିଳା କମିଟି ସଭ୍ୟା ଟିକିନା ବାରିକ, ସଦରବ୍ଲକ ସମ୍ପାଦକ ପଙ୍କଜ ଲୋଚନ ବାରିକ, ଗଁଦିଆ ବ୍ଲକ ସମ୍ପାଦକ ଅରବିନ୍ଦ ବରାଳ, ଭୁବନ ବ୍ଲକ ସଭାପତି ବାବା ମଧୁ ମଙ୍ଗଳ ଦାସ, ଭୁବନ ବ୍ଲକ ସମ୍ପାଦକ ବିରଞ୍ଚି ନାରାୟଣ ପାଣି, ହିନ୍ଦୋଳନ ବ୍ଲକ ପଞ୍ଚାନନ ବେହେରା, ଦୟାନିଧି ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଶିବ ପ୍ରସାଦ ସ୍ୱାଇଁ ବିଭିନ୍ନ ବିଷୟରେ ଆଲୋଚନା କରି ସଂକୀର୍ତ୍ତନ ମାଧ୍ୟମରେ ଓଡିଶାକୁ ସଂସ୍କାର କରିବା, ଭାତୃଭାବ, ଅହିଂସା, ସତ୍ୟ, ଶାନ୍ତି, ଦୟା କ୍ଷମା, ବୃକ୍ଷରୋପଣ, ରକ୍ତଦାନ ଭଳି ମହତ୍ୱ କାର୍ଯ୍ୟ ଓ ପତନ ହୋଇଯାଇଥିବା ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଶେଷରେ ଢେଙ୍କାନାଳର ସମସ୍ତ କୀର୍ତ୍ତନ ପ୍ରେମୀ ମା ମାନଙ୍କୁ ଏବଂ ବନ୍ଧୁ ତଥା ଗୁରୁଜନମାନଙ୍କୁ ନିବେଦନ କରିଥିଲେ ପୂର୍ବତନ ରାଜ୍ୟ ସଭାପତି ଦିବାକର ପାତ୍ରଙ୍କୁ ରାଜ୍ୟ ସଭାପତି ଓ ସମ୍ପୂର୍ଣ୍ଣ ପରିଷଦରୁ ବହିସ୍କୃତ କରାଯାଇଥିବାରୁ ତାଙ୍କର କୌଣସି କଥାକୁ କର୍ଣ୍ଣପାତ କରିବେ ନୀହିଁ ଏବଂ ତାଙ୍କ ଠାରେ ଠକାମିର ଶିକାର ହେବେ ନାହିଁ । ଶେଷରେ ବିଶ୍ୱକଲ୍ୟାଣ ନିମନ୍ତେ ବଳରାମ ନାୟକଙ୍କ ନାମରେ ହରି ଧ୍ୱନି କରାଯାଇ ସଭା ଭଙ୍ଗ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି