ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାରେ ଅବସ୍ଥିତ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରାଜନିତୀ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅଧ୍ୟକ୍ଷ ସରୋଜ କୁମାର ମହାନ୍ତି ପୌରହିତ୍ୟ କରିଥିଲେ । ବିଭାଗୀୟ ମୁଖ୍ୟ ଶ୍ରବଣ କୁମାର ନାଥ ଏହି ଆଲୋଚନାଚକ୍ରରେ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ଗାଁ ଠାରୁ ରାଜଧାନୀ ଯାଏ ନିର୍ବାଚନ ବିଭିନ୍ନ ପର୍ଯ୍ୟାୟରେ ହେଉଥିବାରୁ ରାଜନିତୀ ବିଜ୍ଞାନର ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଲୋଚନାଚକ୍ରରେ ଛାତ୍ର ସୁମନ ସାହୁ, ସସ୍ମିତା ଦେ, ଫଗୁ ଟୁଡୁ, ଅନ୍ନପୂର୍ଣ୍ଣା ଜେନା, ବୈଶାଖି ମହାନ୍ତି, ଦିନବନ୍ଧୁ କାମିଳା ପ୍ରମୁଖ ନିଜର ସନ୍ଦର୍ଭ ପାଠ କରି ରାଜନିତୀ ବିଜ୍ଞାନର ଭୂମିକା ସଂପର୍କରେ ଉପସ୍ଥାପନ କରିଥିଲେ । ଅନିଥିଭାବେ ଅଶୋକ କୁମାର ରଥ, ଜ୍ଞାନରଂଜନ ଜେନା, ନିଶ୍ଚଳ କୁମାର ଘଡେଇ, ନିରଞ୍ଜନ ପରିଡା, ବ୍ରିଜେଶ ସେନାପତି, ଉପ୍ସିତା ଦାସ, ଚାରୁଚପଳା ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରଥମ ଓ ୨ୟ ବର୍ଷର ଛାତ୍ରଛାତ୍ରୀମାନେ ୩ୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଦିବ୍ୟଜ୍ୟୋତି ରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି ପରିଡା