ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଜଗନ୍ନାଥ ପ୍ରସାଦ ବ୍ଲକକୁ ଗ୍ରସ୍ଥ କରି କରୋନା ସମ୍ପର୍କରେ ସମୀକ୍ଷା କରିବା ସହ ଗ୍ରାମକୁ ଗ୍ରାମ ବୁଲି ଜନସାଧାରଣଙ୍କୁ ଭେଟି କୋରନା ସମ୍ପର୍କରେ ସଚେତନତା କରାଇବା ସହ ସଂଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଭେଟି ଥିଲେ । ଜଗନ୍ନାଥ ପ୍ରସାଦ ବ୍ଲକ କାର୍ଯ୍ୟଳୟରେ ବି.ଡି.ଓ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସହ କୋରନା ସଂପର୍କିତ ବହୁ ତଥ୍ୟ ଉପରେ ଆଲୋଚନା କରିଥିଲେ । ଏହାପରେ ଜିଲାପାଳ ଶ୍ରୀ କୁଲାଙ୍ଗେ ବ୍ଲକରୁ ବାହାରି ଜଗନ୍ନାଥ ପ୍ରସାଦର ଜଳିସାହି, ଗଡସହି, ବଡଦାଣ୍ଡ ସାହି କି ଯାଇ ସଂଗରୋଧ କେନ୍ଦ୍ରରୁ ଫେରି ଗ୍ରାମରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଓ ଜନସାଧାରଣଙ୍କୁ ଭେଟି କୋରନା ସମ୍ପର୍କିତ ବହୁ ସଚେତନତା ବାର୍ତ୍ତା ଦେବା ସହ ପ୍ରବାସୀ ଓଡ଼ିଆ ମାନେ ଗୃହରୋଧରେ ରହିବା ସହ ବାହାର ପୋଖରୀରେ ନ ଗାଧୋଇବା, ମାକ୍ସ ପିନ୍ଧିବା, ବାହାରେ ମଳ ତ୍ୟାଗ ନ କରିବା ସମ୍ପର୍କରେ ସଚେତନତା କରାଇଥିଲେ । ଏହାପରେ ଜିଲ୍ଲାପାଳ ନୁଆଁ ଗୋଛାବାଡି, ବି.ଡି.ପୁର, ଅଲାଡି ଗ୍ରାମକୁ ଯାଇ ସଂଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଭେଟି ସମସ୍ତ କଥା ପଚାରି ବୁଝିଥିଲେ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କ ଗ୍ରସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଜଗନ୍ନାଥ ପ୍ରସାଦ ବି.ଡି.ଓ ସୁରେଶ ଚନ୍ଦ୍ର ପଣ୍ଡା, ସହକାରୀଯନ୍ତ୍ରୀ ଶ୍ୟାମଘନ ପ୍ରଧାନ, କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ଜଗନ୍ନାଥ ପ୍ରସାଦ ବ୍ଲକ ଉପାଦକ୍ଷ ହିମାଂଶୁ ଶେଖର ବାରିକ, ବରଗାଁ ସରପଞ୍ଚ ଉମା ଶଙ୍କର ବାରିକ, ବି.ଡି.ପୁର ସମିତିସଭ୍ୟ ଅମୀର ସ୍ଵାଇଁ, ସମତେ ବହୁ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଜନପ୍ରତିନିଧି ସାମିଲ ହୋଇଥିଲେ ।
ରିପୋର୍ଟ – ନିଲୁ ବିଷୋୟୀ