ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା “ଜଗନ୍ନାଥ ପ୍ରସାଦ ବ୍ଲକ ୱେବ ମିଡ଼ିଆ ସଂଘ”ର ଏକ ଜରୁରୀ ବୈଠକ ଲଂକାଗଡ ଠାରେ ବରିଷ୍ଠ ସାମ୍ବାଦିକ ନିରାକାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ପବିତ୍ର କୁମାର ମହାପାତ୍ର ସମସ୍ତଙ୍କୁ ସ୍ୱାଗତ କରି ନିଜ ବକ୍ତବ୍ୟ ରଖିଥିଲେ । ସାମ୍ପ୍ରତିକ କୋରନା ପରିସ୍ଥିତି ରେ ସାମ୍ବାଦିକ ମାନଙ୍କ ଭୁମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ସେତେ ଆବଶ୍ୟକ ସ୍ଥଳେ ଖବର ସଂଗ୍ରହ ପାଇଁ ସାମ୍ବାଦିକ ମାନେ ପଦାକୁ ବାହାରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସାମ୍ବାଦିକ ମାନଙ୍କ ଏକତା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ସାମ୍ବାଦିକ ମାନେ ନିଜସ୍ୱ ମତ ଉପସ୍ଥାପନ କରିବା ସହ ସାମାଜିକ ଦୂରତା ରକ୍ଷା କରି ବସିଥିଲେ । ଏହି ଜରୁରୀ ବୈଠକରେ ଜଗନ୍ନାଥ ପ୍ରସାଦ ବ୍ଲକ ୱେବ ମିଡ଼ିଆ ସଂଘର ନିରାକାର ସାହୁ, ପବିତ୍ର କୁମାର ମହାପାତ୍ର, ଗିରିଶ ସାହୁ, ପ୍ରିୟବ୍ରତ ନାୟକ, ଆଶିଷ କୁମାର ଗୌଡ଼, ନାଚିକେତ ପ୍ରଧାନ, ମନୋଜ କୁମାର ଗୌଡ଼, ଜଗନ୍ନାଥ ପ୍ରଧାନ, ସୂର୍ଯ୍ୟନାରାୟଣ ପଣ୍ଡା, ସନ୍ତୋଷ କୁମାର ଜେନା, ବିରୂପାକ୍ଷ ପାତ୍ର, ଚିତ୍ର ସେନ ପ୍ରଧାନ, ନିଲୁ ବିଷୋୟୀ, ଲଷ୍ମୀ ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସାମ୍ବାଦିକ ସୂର୍ଯ୍ୟନାରାୟଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ବୈଠକ ଶେଷ ହୋଇଥିଲା ।
ରିପୋର୍ଟ : ନିଲୁ ବିଷୋୟୀ