ଜଗନ୍ନାଥ ସୂତା ଭଣ୍ଡାର ଉପରେ ଜିଏସଟି ଅଧିକାରୀଙ୍କ ଚଢାଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉପାନ୍ତ ଜଳେଶ୍ୱର ସହର ପଶ୍ଚିମବଂଗକୁ ଲାଗି ରହିଥିବାରୁ ଏଠାରେ କେତେକ ଅସାଧୁ ବ୍ୟବସାୟୀ ବିଭିନ୍ନ ଟ୍ୟାକ୍ସ ଫାଙ୍କି ବ୍ୟବୟାୟ ଚଳାଇ ମାଲେମାଲ ହେଉଛନ୍ତି । ଜିଏସଟି ଦେବାଲାଗି କେନ୍ଦ୍ର ସରକାର କେତେକ ନିୟମ ପ୍ରଣୟନ କରିଥିଲେ ମଧ୍ୟରେ ଏଠାରେ କେତେକ ତାହା ଫାଙ୍କି ଚାଲିଛନ୍ତି । ଏଥିନେଇ ବିଶେଷ ସୂତ୍ରରୁ ଖବର ପାଇ ଜିଏସଟିର ବାଲେଶ୍ୱର ସର୍କଲ ଟିମ୍ ଷ୍ଟେସନ ବଜାରସ୍ଥିତ ଜଗନ୍ନାଥ ସୂତା ଭଂଣ୍ଡାର ଉପରେ ଗତକାଲି ଚଡାଉ କରିଛନ୍ତି । ଏହି ଟିମ୍ ଦୋକାନର ମାଲିକ ଅତିନ୍ଦ୍ର ପାହାଡିଙ୍କର ବିଭିନ୍ନ ସ୍ଥାନରେ ଥିବା ଗୋଦାମକୁ ଯାଇ ସବିଶେଷ ତଥ୍ୟ ନେଇ ତଦନ୍ତ ଚଳାଇଥିବା ଜଣାଯାଇଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ତଦନ୍ତ କାର୍ଯ୍ୟ ଅବ୍ୟାହତ ରହିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା