ଜଣାନ୍ତୁ ହଳଦୀ ସହ ଉଷୁମ ପାଣି ଲେମ୍ବୁ ଓ ମହୁ ମିଶ୍ରଣର ଫାଇଦା…

ଅଧିକାଂଶ ଲୋକ ନିଜକୁ ଫିଟ୍‌ ରଖିବା ପାଇଁ ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇଥାନ୍ତି । ଯାହାଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । କିନ୍ତୁ ଯଦି ଆପଣ ଏହି ମିଶ୍ରଣରେ ଟିକେ ହଳଦୀ ମିଶାଇ ପିଇବା ଆରମ୍ଭ କରିବେ, ତେବେ ଶରୀରର କିଛି ବଡ଼ ବଡ଼ ସମସ୍ୟାର ସମାଧାନ ଖୁବ୍‌ ସହଜରେ ହୋଇଯିବ ।
ଜଣାନ୍ତୁ କେମିତି ପିଇବେ – ଗୋଟେ ଗ୍ଲାସ୍‌ରେ ଅଧା ଲେମ୍ବୁ ଚିପୁଡ଼ି ସେଥିରେ ହଳଦୀ ଏବଂ ଉଷୁମ ପାଣି ମିଶାନ୍ତୁ । ଏହା ପରେ ସେଥିରେ ୧/୪ ଚାମଚ ମହୁ ମିଶାନ୍ତୁ । ସବୁ ମିଶିଯିବା ପରେ ଏହାକୁ ପିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ ବହୁତ ଫାଇଦା ହେବା ।
ଆସନ୍ତୁ ଜାଣିବା କ’ଣ ସବୁ ଫାଇଦା ମିଳିବ –
୧.ହଳଦୀ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ । ଯଦି ସକାଳୁ ଉଠି ଆପଣମାନେ ହଳଦୀ, ଲେମ୍ବୁ ଏବଂ ମହୁକୁ ଉଷୁମ ପାଣିରେ ମିଶାଇ ପିଉଛନ୍ତି, ତେବେ ଅପଣଙ୍କ ମସ୍ତିଷ୍କ ଶାନ୍ତ ଏବଂ ସକ୍ରିୟ ହୋଇ ଯାଇଥାଏ । ଯଦି ଆପଣଙ୍କର କଥା ଭୁଲିଯିବାର ସମସ୍ୟା ରହିଛି, ତେବେ ଏହି ମିଶ୍ରଣକୁ ପିଇବା ଆରମ୍ଭ କରନ୍ତୁ ।
୨.ଏହି ମିଶ୍ରଣକୁ ପିଇବା ଦ୍ୱାରା ଯକୃତ ସୁସ୍ଥ ରହିଥାଏ ।
୩.ନିୟମିତ ଭାବରେ ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ପେଟଜନିତ ସମସ୍ୟା ଦୂର ହେବା ସହ ପାଚନକ୍ରିୟା ସୁସ୍ଥ ରହିଥାଏ ।
୪.ହଳଦୀରେ କର୍‌କ୍ୟୁରିନ୍‌ ନାମକ କେମିକାଲ ରହିଥାଏ, ଯାହା କର୍କଟ ରୋଗ ସୃଷ୍ଟିକାରୀ କୋଷିକାଗୁଡ଼ିକ ସହ ଲଢ଼ିଥାଏ ।