ଜଣେ ମହିଳାଙ୍କ ଠାରୁ ୨୨ ହଜାର ଟଙ୍କା ଠକି ନେଇ ଦୁର୍ବୁତ୍ତ ଚମ୍ପଟ …

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ମେନ ବଜାର ନିକଟ ଆନ୍ଧ୍ରା ବ୍ୟାଙ୍କ ଭିତରେ ଏକ ମହିଳା ପୁତି ଗୋପାଳପୁର ଟି.କାମେଶ୍ୱରୀ  ରାଓ ନିଜ ଏକାଉଣ୍ଟରୁ ୪୯ ହଜାର ଟଙ୍କା ଉଠାଇ କାଉଣ୍ଟର ପାଖରେ ଟଙ୍କା ଗଣିବା ସମୟରେ ଏକ ବ୍ୟକ୍ତି ତୁମ ଟଙ୍କାରେ କ’ଣ ଗାର ପଡିଛି କହି ସେହି ମହିଳାଙ୍କ ଠାରୁ ଟଙ୍କାକୁ  ନେଇକି ପୁଣି କାଉଣ୍ଟରକୁ ନେବା ବାହାନାରେ ଗାର ଥିବା ନୋଟ ବଦଳାଇ କି ଆଣୁଛି କହି ସେଥିରୁ ୨୨ ହଜାର ଟଙ୍କା ନେଇ ଯାଇଥିଲା। ପରେ  ମହିଳା ଜଣକ ଯେତେବେଳେ ଦେଖିଲେ ଟଙ୍କାରୁ ୨୨ ହଜାର ନିଅଣ୍ଟ  ଅଛି । ତତକ୍ଷଣେ ସେ ଛତ୍ରପୁର ଥାନାକୁ ଯାଇ ଜଣାଇଲେ । ଛତ୍ରପୁର ଥାନା ପୋଲିସ ଏସ ଆଇ  ଟି. ରାଙ୍ଗା ରାଓ ଘଟଣା ସ୍ଥଳକୁ  ଯାଇ ସିସିଟିଭି  କେମେରା ଯାଞ୍ଚ କରି ଓ ସେଠାରେ ସ୍ଥାନୀୟ ଲୋକଙ୍କୁ ପଚାର ଉଚରା କରି ତୁରନ୍ତ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯିବ ବୋଲି  ଛତ୍ରପୁର ଥାନା ଅଧିକାରୀ ପ୍ରିୟ ରଞ୍ଜନ ଛୋଟରାୟ କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା