ଜନପଦରେ ୧୧ କୁକୁଡା ଫାର୍ମକୁ ୩ ଗ୍ରାମବାସୀଙ୍କ ବିରୋଧ:ପ୍ରଶାସନକୁ ଦାୟୀକରି ଫାର୍ମ ଆଗରେ ଗଣଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଆଦିବାସୀ ଅଧ୍ୟୁସୀତ ରାଇବଣିଆ ଥାନା ଅଧିନସ୍ଥ କଳମା ପଂଚାୟତର ୩ଟି ଗାଁ ସୀମାରେ ମୋଟ ୧୧ଟି କୁକୁଡା ଫାର୍ମରେ ୫୦ହଜାର କୁକୁଡା ରହିଥିବାରୁ ଗ୍ରାମଗୁଡିକରେ ପରିବେଶ ପ୍ରଦୂଷିତ ଓ ଶହ ଶହ ବ୍ୟକ୍ତି ରୋଗଗ୍ରସ୍ତ ହେଉଥିବାରୁ ରବିବାର ସଂଧ୍ୟାରୁ ଗଣଧାରଣାରେ ବସିଛନ୍ତି । କୁକୁଡା ଫାର୍ମ ଗୁଡିକ ସ୍ଥ୍ାନାନ୍ତର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ୱାର୍ଡ ମେମ୍ବର ସୁମିତ୍ରା ପାଳ, ଶାନ୍ତିଲତା ଟୁଡୁ ଓ ଗ୍ରାମ୍ୟ ମୁଖ୍ୟମାନେ ଆଜି ସାମ୍ବାଦିକ ମାନଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି । ରାଇବଣିଆ ଥାନା ଅନ୍ତର୍ଗତ ଭାଲିଆପଦା, ଅଶାବନ୍ଧ ଓ ଗୋକୁଣ୍ଡି ଗ୍ରାମର ସୀମାରେ ମୟୂରଭଂଜ ଜିଲାର ଅସ୍ତଗଡିଆ ଗ୍ରାମର ଭବାନୀ ଶଂକର ଜେନା ୨୦୦୨ ମସିହାରୁ ପର୍ଯ୍ୟାୟକ୍ରମେ କୁକୁଡାଫାର୍ମ ମାନ ପ୍ରତିଷ୍ଠା କରି ଆସୁଛନ୍ତି । ୨୦୦୮ ମସିହାରୁ କୁକୁଡା ଫାର୍ମର ଦୁର୍ଗନ୍ଧ, ମଳରୁ ସୃଷ୍ଟ ମାଛି ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଗ୍ରାମର ବହୁ ବ୍ୟକ୍ତି ରୋଗଗ୍ରସ୍ତ ହେବା ଏବଂ ପ୍ରଶାସନକୁ ବାରମ୍ବାର ଜଣାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବହୁ ଯୁବକ ଗ୍ରାମ ଛାଡି ଦୂରରାଜ୍ୟକୁ ପଳାଇଯିବାକୁ ବାଧ୍ୟ ହେଉଛନ୍ତି । ମଲା କୁକୁଡା ଓ ମଳର ଦୁର୍ଗନ୍ଧରେ ଗ୍ରାମବାସୀମାନେ ଅସ୍ତବ୍ୟସ୍ତ ହେଉଥିବାରୁ ରାଇବଣିଆ ଥାନା ଅଧିକାରୀ ଓ ଗ୍ରାମର କତିପୟ ବ୍ୟକ୍ତିଙ୍କ ସହିତ ଫାର୍ମର ମାଲିକ ଭବାନୀଶଂକର ଜେନାଙ୍କ ସହିତ ଗତ ୩-୨-୧୮ରେ ଏକ ଚୁକ୍ତିନାମା ହୋଇଥିଲା । ୩ ମାସ ମଧ୍ୟରେ ଫାର୍ମ ଗୁଡିକୁ ଅପରାରଣ କରାଯିବା ସେଥିରେ ଉଲ୍ଲେଖ କରାଯାଇଥିଲା । କିନ୍ତୁ ସ୍ଥାନୀୟ କତିପୟଙ୍କ ବ୍ୟକ୍ତିଙ୍କ ପ୍ରରୋଚନାରେ ଯୋଗୁଁ ଶ୍ରୀ ଭବାନୀଶଂକର ଜେନା କୁକୁଡା ଫାର୍ମ ଚଳାଇ ଆସୁଥିବା ବେଳେ ଗତ ଜୁଲାଇ ମାସରେ ପ୍ରାୟ ୪ହଜାର କୁକୁଡା ସଂକ୍ରମିତ ହୋଇ ମରିଯିବାରୁ ତାହାକୁ ଏଣେତେଣ ପକାଇ ଦିଆଯାଇଥିଲା । ଫଳରେ ଗ୍ରାମବାସୀ ବରଡିହା ଓ କଳମାର ସରପଂଚଙ୍କ ଠାରେ ଏ ସଂପର୍କରେ ଅଭିଯୋଗ କରିଥିଲେ । କଳମା ସରପଂଚ ସ୍ଥାନ ପରିତ୍ୟାଗ କରିବାକୁ ନୋଟିସ୍ ଦେଇଥିଲେ ମଧ୍ୟ ଫାର୍ମ ଗୁଡିକ ବନ୍ଦ ହୋଇନଥିଲା । ୪ ମାସ ଧରି ଫାର୍ମ ଗୁଡିକ ବନ୍ଦ ରହିଥିବା ବେଳେ ଗତ ରବିବାର ଅପରାହ୍ନରେ ୭୭୦୦ କୁକୁଡା ଚିଆଁ ସେଠାରେ ପୁଣି ରଖାଯିବାରୁ ଗ୍ରାମବାସୀମାନେ ଏହାକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି । ସେଠାରେ ୫୦ହଜାର କୁକୁଡା ପୂର୍ବରାୁ ପାଳନ କରାଯାଉଥିବାରୁ ପରିସ୍ଥିତି ସଂପର୍କରେ ସବିଶେଷ ତଥ୍ୟ ସେମାନେ ଦୁଇ ସରପଂଚ, ଜଳେଶ୍ୱର ବିଡିଓ, ଜିଲା ମୁଖ୍ୟପ୍ରାଣୀ ଚିକିତ୍ସାଧିକାରୀ, ରାଇବଣିଆ ଥାନା ଅଧିକାରୀ. ବାଲେଶ୍ୱର ଜିଲାପାଳ ଓ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମାତ୍ର ସମସ୍ତ ଆଶା ଭରଷା ତୁଟି ଯିବାରୁ ୱାଁ ସଭ୍ୟା ସୁମିତ୍ରାପାଳ ଓ ଶାନ୍ତିଲତା ଟୁଡୁ, ଗ୍ରାମ୍ୟମୁଖ୍ୟ ବିଶ୍ୱ ସାରଥି ଦତ୍ତ, ଜଗନ୍ନାଥ ବେହେରା, ଚୈତନ୍ୟ ବେହେରା, ଲକ୍ଷ୍ମିକାନ୍ତ ଜେନା, ଦୁଖିଆ ଟୁଡୁ, ରଂଜିତ ରଣା, କାହ୍ନୁ ହାଁସଦା, ବୋକାଇ ଟୁଡୁ, ହେମଲତା ରଣା, ରଂଜିତା ବାସ୍କେ, ଉଷାରାଣୀ ମହନ୍ତ, କବିତା ମହନ୍ତ, ସୁକାନ୍ତି ରଣା, ମୁନୁକା ବିନ୍ଧାଣୀ, ଗୋଲାପି ବିନ୍ଧାଣୀ ପ୍ରମୁଖଙ୍କ ନେତୃତ୍ୱରେ ଗଣଧାରଣା ଚାଲୁ ରହିଛି । ଅପରପକ୍ଷରେ ଉକ୍ତ ଫାର୍ମ ଦ୍ୱାରା ଗାଁର ପ୍ରାୟ ୨୦ ପରିବାରରୁ ଉଦ୍ଧ୍ୱର୍ ନିଜର ଗୁଜୁରାଣ ମେଣ୍ଟାଉଥିବା ସେଠାରେ ମ୍ୟାନେଜର ଭାବେ ଅବସ୍ଥାପିତ ବଣକାଟି ଗାଁର ମୁଷୁ ସିଂ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ସେଠାରେ ର୍ଫାମର ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ଅବସ୍ଥାରେ ଥିବାରୁ ଅପ୍ରିତିକର ଅବସ୍ଥାକୁ ଏଠାଇବା ପାଇଁ ଆଜି ସକାଳ ଠାରୁ କୁଶଗଡଫାଣ୍ଡିର ଏଏସ୍ଆଇ ଭଗବାନ ଦାସଙ୍କ ସହିତ ସଦଳବଳେ ଉପସ୍ଥିତ ଅଛନ୍ତି । ପରିସ୍ଥିତି ଉତ୍ତେଜନା ଥିବାରୁ ପ୍ରଶାସନ ଏହାର ସମାଧାନ ଶୀଘ୍ର କରାଇବାକୁ ବୁଦ୍ଧିଜିବୀମାନେ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା