ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର କୁଳିଦା ଗ୍ରାମ ପଞ୍ଚାୟତର କୁଳିଦାସ୍ଥିତ ଜନସେବା କେନ୍ଦ୍ର ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ଜନସେବା କେନ୍ଦ୍ରର ମୁଖ୍ୟ ଜନ୍ମେଜୟ ପରିଡ଼ା, ଜିଲ୍ଲା ଜନସେବା କେନ୍ଦ୍ରର ପରିଚାଳକ ଅରୂପ କୁମାର ମହାପାତ୍ର, ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଲ ଚକ୍ରବର୍ତ୍ତୀ ମିଳିତ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଜନସେଵା କେନ୍ଦ୍ରର ସଂଯୋଜକ ଦେବ ପ୍ରସାଦ ମହାନ୍ତି, ବାଲେଶ୍ଵର ଜିଲ୍ଲା ରକ୍ତ ଭଣ୍ଡାରର ମୁଖ୍ୟ ଡାକ୍ତର ମହେଶ କୁମାର ବିଶ୍ଵାଳ ସ୍ଵେଚ୍ଛାସେବୀ ଶଶିକାନ୍ତ ବେହେରା, ଜଗନ୍ନାଥ ବାଲେଶ୍ଵର, ଅଶ୍ୱନୀ କୁମାର ଦାସ, ବାରିଶା ମାର୍ଣ୍ଡି, ଗୋପାଳ କୃଷ୍ଣ ମହାପାତ୍ର, ଜଳେଶ୍ଵର ବିକାଶମଞ୍ଚ ସଭାପତି ମନୋରଞ୍ଜନ ଦାସ, ତାରାକାନ୍ତ ଦାସ, ନିତାଇଲାଲ ଦେ, ଜଳେଶ୍ଵର ସ୍ବେଚ୍ଛାସେବୀ ନବେନ୍ଧୁ ପ୍ରଧାନ, କୁଳିଦା ସମିତି ସଭ୍ୟ ଦାମୋଦର ପ୍ରଧାନ, ଚକ୍ରଧର ପ୍ରଧାନ, ଅଞ୍ଜନ କୁମାର ଦତ୍ତ, କାର୍ତ୍ତିକ ଚନ୍ଦ୍ର ନାୟକ, ଫକୀରମୋହନ ପରିଡ଼ା, ଚିନ୍ମୟ ପରିଡ଼ା, ସପନ କୁମାର ବେହେରା, ଜଗନ୍ନାଥ ପରିଡ଼ା, ସନ୍ଦିପ ଦଳେଇ, ଅଜୟ ନାୟକ, ବିଜୟ ନାୟକ, ଚିତ୍ତରଞ୍ଜନ ପାତ୍ର, ହରିଶ୍ଚନ୍ଦ୍ର ବେହେରା, ସନ୍ତୋଷ କୁମାର ଦେ, ଗୌତମ ଦଳେଇ, ନନ୍ଦ କୁମାର ଦଳେଇ, ମନୋରଞ୍ଜନ ବେହେରା ଓ ଉମେଶ ଚନ୍ଦ୍ର ଵେଜ ପ୍ରମୁଖ ଆୟୋଜନ ସହିତ ସହଯୋଗ କରିଥିଲେ। ମୋଟ ୫୨ ଇଉନିଟ ରକ୍ତ ସଂଗ୍ରହ କରାଯାଇ ଥିବା ବେଳେ ସମସ୍ତ ରକ୍ତଦାତାଙ୍କୁ ଡାକ୍ତର ମହେଶ କୁମାର ବିଶ୍ବାଳ ପରୀକ୍ଷା କରିଥିଲେ । ସଂଗଠନ ପକ୍ଷରୁ ପ୍ରତ୍ୟେକ ରକ୍ତଦାତାଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ଓ ସରପଞ୍ଚ ସୁନୀଲ ସେନାପତି ରକ୍ତଦାତା ଏବଂ ଆୟୋଜକ ମାନଙ୍କୁ କୃତଜ୍ଞତା ଜଣାଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା