ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଓକିଲ ସଂଘର ଜଣେ ସଦସ୍ୟଙ୍କୁ ଗୋଶାଣିନୂଆଗାଁ ଥାନାରେ ୫ ଘଣ୍ଟା କାଳ ଅଯଥାରେ ଅଟକ ରଖିବାନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି ।ଏ ନେଇ ଓକିଲ ସଂଘ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି । ଜଣେ ମହକିଲଙ୍କ ଅଯଥା ଏତଲାକୁ ନେଇ ଟ୍ୟାକ୍ସ ପ୍ରାକ୍ଟିସ କରୁଥିବା କିରଣ ମହାନ୍ତିଙ୍କୁ ୫ ଘଣ୍ଟା ଥାନାରେ ଅଟକ ରଖା ଯାଇଥିଲା । ଘଟଣାକୁ ନେଇ ପୂର୍ବତନ ସମ୍ପାଦକ ପୀତବାସ ପଣ୍ଡା ଥାନା ଅଧିକାରୀ ସୁମିତ ସୋରେନଙ୍କ ସହ ଆଲୋଚନା ପରେ ବି ସେ ଶୁଣି ନଥିଲେ । ପରେ ୩୦ରୁ ଉର୍ଦ୍ଧ୍ଵ ଆଇନଜୀବୀ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଭେଟିବା ପରେ ଥାନା ଅଧିକାରୀ ଆଇନଜୀବୀ କିରଣଙ୍କୁ ଛାଡିଥିଲେ । ଏ ନେଇ କୋର୍ଟ ପରିସରରେ ଏକ ଅଭାବନୀୟ ତଥା ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା