
ବିଜୟୱାଡା (ସମୃଦ୍ଧ ଓଡିଶା) ଆସନ୍ତାକାଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟବାସୀ ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ୟପୂର୍ଣ୍ଣ ବାର୍ତ୍ତାବରଣରେ ଆଗାମୀ ଦିନ ମାନଙ୍କରେ କାଳାତିପାତ କରିବାକୁ ସେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଶ୍ରୀକୃଷ୍ଣଙ୍କ ଜନ୍ମ ଦିନରେ ଆନ୍ଧ୍ରବାସୀ ସୁଖ ସୌହାର୍ଦ୍ୟ ଓ ସମସ୍ତ କ୍ଷେତ୍ରରେ ପ୍ରଗତି ଆଣିବାକୁ ସେ ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଜନ୍ମାଷ୍ଟମୀ ଦିନଟି ଆନ୍ଧ୍ରବାସୀଙ୍କ ମଙ୍ଗଳମୟ ହେଉ ବୋଲି ବାର୍ତ୍ତା ଦେଇଛନ୍ତି ।